ଭିତରକନିକା, ଚାନ୍ଦିପୁର ଓ ହୀରାକୁଦକୁ ଉଡ଼ିବ ସି-ପ୍ଲେନ୍

ଭୁବନେଶ୍ୱର : ଓଡ଼ିଶାରେ ସି-ପ୍ଲେନ ସେବା ଆରମ୍ଭ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିମାନସେବା ପ୍ରଦାନକାରୀ କଂପାନି ସ୍ପାଇସ ଜେଟ୍। ଭୁବନେଶ୍ୱରରୁ ଚିଲିକା ଦେଇ ପୁରୀ, ଭୁବନେଶ୍ୱରରୁ ଭିତରକନିକା ଦେଇ ଚାନ୍ଦିପୁର ଓ ଭୁବନେଶ୍ୱରରୁ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ସି-ପ୍ଲେନ ଚଳାଇବା ଲାଗି ରାଜ୍ୟ ସରକାରଙ୍କୁ ସ୍ପାଇସଜେଟ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଏସବୁ ସ୍ଥାନ ମଧ୍ୟରେ ସି-ପ୍ଲେନ ଚଳାଚଳ କରିବା କେତେ ସମ୍ଭବ ସେନେଇ ଫିଜିବିଲଟି ଷ୍ଟଡି, ଏହି ତିନି ସ୍ଥାନର ପର୍ଯ୍ୟଟନ କ୍ଷମତା ଏବଂ ଆଞ୍ଚଳିକ ଆବଶ୍ୟକତା ଦେଖି କଂପାନି ନିଜର ଡିପିଆର ପ୍ରସ୍ତୁତ କରୁଥିବା ଜଣାଇଛି।

ସେପଟେ ସ୍ପାଇସ ଜେଟ୍‌ର ପ୍ରସ୍ତାବ ପାଇବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଛି ସାଧାରଣ ପ୍ରଶାସନ ବିଭାଗ। ଓ୍ୱାଟର ଏରେଡ୍ରୋମ ପ୍ରତିଷ୍ଠା କେତେଦୂର ସମ୍ଭବ, ସେନେଇ କଂପାନି ଓ ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ପର୍ଯ୍ୟଟନ ବିଭାଗକୁ କୁହାଯାଇଛି।

You might also like