ପାଣି ସୁଅରେ ଭାସିଗଲେ ବୈଜ୍ଞାନିକ, ଦେଖନ୍ତୁ ଭିଡ଼ିଓ

ବେଙ୍ଗାଲୁରୁ: ଜଳପ୍ରପାତ ଦେଖିବା ମହଙ୍ଗା ପଡ଼ିଲା। ଆଉ କାବେରୀ ନଦୀର ପାଣି ସୁଅରେ ଭାସିଗଲେ ଜଣେ ବୈଜ୍ଞାନିକ । ଏହି ଅଭାବନୀୟ ଘଟଣା କର୍ଣ୍ଣାଟକ ମୟସୁରୁ ଅଞ୍ଚଳରେ ଘଟିଛି।

ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍‌ର ବରିଷ୍ଠ ବୈଜ୍ଞାନିକ ସୋମାଶେଖର ସପରିବାର ମୟସୁରୁ ଅଞ୍ଚଳର ଚୁଂଚୁକଟ୍ଟେ ଜଳପ୍ରପାତ ଦେଖିବାକୁ ଆସିଥିଲେ।

ନଦୀରେ ପାଣିନଥିବାବେଳେ ମଝିଭାଗକୁ ବୁଲିବାକୁ ଚାଲି ଯାଇଥିବାବେଳେ ହଠାତ୍‌ ପାଣିର ସୁଅ ବଢିବାରେ ଲାଗିଥିଲା। ଆଉ ଉପରମୁଣ୍ଡରେ ଥିବା ଏକ ଡ୍ୟାମରୁ ପାଣି ଛଡାଯିବା ଫଳରେ ପାଣି ବଢିବାରୁ ଅନେକ ଲୋକ କୂଳକୁ ଆସିପାରିନଥିଲେ।

ନଦୀ ମଝିରେ ଫସି ରହିଥିବା କିଛି ପର୍ଯ୍ୟଟକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ମଧ୍ୟ ସୋମଶେଖର ପାଣିର ସୁଅରେ ଭାସି ଯାଇଥିଲେ।  ସୋମଶେଖରଙ୍କୁ ଉଦ୍ଧାର ଲାଗି ନଦୀର ତଳ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉପରମୁଣ୍ଡରେ ଥିବା ଡ୍ୟାମ୍‌ରୁ ପାଣି ଛଡାଯିବା ପୂର୍ବରୁ ଏନେଇ ଘୋଷଣା କରାଯିବା ସହ ସାଇରନ୍‌ ବଜାଯାଇଥାଏ। ମାତ୍ର ଏଥିପ୍ରତି ପର୍ଯ୍ୟଟକ ମାନେ ଧ୍ୟାନ ନ ଦେବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି।

ଦେଖନ୍ତୁ ଭିଡ଼ିଓ…

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

You might also like