ଲଗାଣ ବର୍ଷା ପାଇଁ ସ୍କୁଲ, କଲେଜ ଛୁଟି
ଭୁବନେଶ୍ୱର: ଲଗାଣ ବର୍ଷା ପାଇଁ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ସବୁ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଆଜି ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।
ପ୍ରବଳ ବର୍ଷା ସହ ପରିବହନ ଧର୍ମଘଟ ପାଇଁ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଜି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।
ବର୍ଷା ଓ ଧର୍ମଘଟ ଯୋଗୁ ଆଜି ହେବାକୁ ଥିବା ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ କେବେ ପରୀକ୍ଷା ହେବ, ସେନେଇ ତାରିଖ ଘୋଷଣା ହୋଇନି।