ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

ସମ୍ବଲପୁର : ସମ୍ବଲପୁରରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ଜେସିବିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ଅମ୍ବିରାନାଗରରେ ରାସ୍ତାରେ ରଖାଯାଇଥିବା ଜେସିବି ସହ ଧକ୍କା ହୋଇ ଭ୍ୟାନରେ ଥିବା ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲା ଏକ ଘରୋଇ ସ୍କୁଲର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସମ୍ବଲପୁରର ଭାଲୁପାଲି, ଅମ୍ବିରାନଗର ଅଞ୍ଚଳରେ ରହୁଥିବା ଏକ ଘରୋଇ ସ୍କୁଲର କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ୍‌ ସମ୍ବଲପୁର- ଝାରସୁଗୁଡ଼ା ରାଜ୍ୟ ରାଜପଥରେ ଆସୁଥିଲା।

ଅମ୍ବିରାନଗର ନିକଟରେ ଏକ ଜେସିବି ରାସ୍ତାକଡ଼ରେ ରଖାଯାଇଥିଲା। ମାତ୍ର ସ୍କୁଲ ଭ୍ୟାନର ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଜେସିବି ପଛପଟେ ନେଇ ଭ୍ୟାନକୁ ବାଡେଇ ଦେଇଥିଲେ। ଫଳରେ ଭ୍ୟାନଟି ଜେସିବି ସହିତ ଧକ୍କା ଖାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍କୁଲ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

 

 

You might also like
Comments
Loading...