ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ; ୫ ଆହତ, ୨ ଗୁରୁତର
ସମ୍ବଲପୁର : ସମ୍ବଲପୁର ଅମ୍ବିରାନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାର୍କିଂରେ ଥିବା ଗାଡ଼ିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ୨ଜଣ ଗୁରୁତର ହୋଇଛନ୍ତି। ଆହତ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ପିଲା ଏକ ଘରୋଇ ସ୍କୁଲ୍ର ବୋଲି ଜଣାପଡିଛି।