ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ସ୍ୱାଧୀନତା ଦିବସ ପରେଡ଼ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ। ଏନେଇ ସବୁ ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା।

କୌଣସି ସରକାରୀ ପରେଡ୍‌ରେ ପିଲା ଭାଗ ନେବେ ନାହିଁ ବୋଲି କୁହାଯାଇଛି। ତେଣୁ ସ୍କୁଲ୍‌ ପରେଡ୍‌ରେ ମଧ୍ୟ ପିଲାମାନେ ଭାଗ ନେଇପାରିବେ ନାହିଁ । ବର୍ଷା ବିତ୍ପାତକୁ ଆଖିରେ ରଖି ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।

ତେବେ ପରେଡ଼ରେ କେବଳ ପୋଲିସ ଓ ପାରା ମିଲିଟାରୀ ଭାଗ ନେବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ସେହିପରି ସ୍ୱାଧୀନତା ଦିବସ ପାଳନ ବେଳେ ସମ୍ଭାବ୍ୟ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ପରିସ୍ଥିତିକୁ ଦେଖି ସାଂସ୍କୃତିକ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମକୁ ମଧ୍ୟ ଏଡ଼ାଇବା ଲାଗି ପରାମର୍ଶ ଦିଆଯାଇଛି।

Other Stories