ଜମିଜମା ବିବାଦକୁ ନେଇ ଅନୁଗୁଳ ସାନରୋହିଲା ୟୁପି ସ୍କୁଲରେ ତାଲା : ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ

ଅନୁଗୁଳ : ଜଣେ ବ୍ୟକ୍ତି ସ୍କୁଲରେ ତାଲା ପକାଇବାରୁ ରାସ୍ତାରେ ପଢିଲେ ଛାତ୍ରଛାତ୍ରୀ। ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ସାନରୋହିଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ।  ନିଜର ଜମି ଥିବା ଦର୍ଶାଇ ସେହି ଗ୍ରାମର ଜଣେ ବ୍ୟକ୍ତି ସ୍କୁଲରେ ତାଲ ପକାଇଥିବା ଅଭିଯୋଗ ହୋଇଛି।

ଏହାର ସମାଧାନ ପାଇଁ  ଘଟଣା ସ୍ଥଳରେ ପହଞ୍ଚିଛନ୍ତି  ଶିକ୍ଷା ଅଧିକାରୀ, ତହସିଲଦାର ଏବଂ ଥାନା ଅଧିକାରୀ ଜମି ଚିହ୍ନଟ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହ ସମାଧାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।

 

ଆହୁରି ପଢ଼ନ୍ତୁ

You might also like