ଆସନ୍ତାକାଲି ସ୍କୁଲ ଛୁଟି

ଭୁବନେଶ୍ୱର : ବର୍ଷା ଦୃଷ୍ଟିରୁ ଆସନ୍ତାକାଲି ଭୁବନେଶ୍ୱରର ସବୁ ସ୍କୁଲ ଛୁଟି ରହିବ। ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଅନ୍ୟ ଜିଲ୍ଲାରେ ପାଣିପାଗର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ପାଣିପାଗ ବିଭାଗ କହୁଛି ରାଜ୍ୟରେ ବର୍ଷା ଅାହୁରି ୨୪ ଘଣ୍ଟା ଲାଗି ରହିବ। ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନର ରୂପ ନେଇଛି। ୨୪ ଘଣ୍ଟାରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓ ଅାଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

 

You might also like