ଅବ୍ୟବସ୍ଥା ଘେରରେ ଶିକ୍ଷା ବ୍ୟବସ୍ଥା

ରାୟଗଡ଼ା  : ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲା ଡେଗାଲବୁଡୁଣୀ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଗୋଟିଏ ଶ୍ରେଣୀ ଘରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ଉପରେ ଛାତ ଫାଟି ଆଁ କଲାଣି। ରୋଷେଇ ଘରେ କବାଟ ଝରକା ନାହିଁ। ସ୍କୁଲର ପାଇଖାନା, ପରିଶ୍ରାଗାର ଭାଙ୍ଗିରୁଜି ଯାଇଥିବା ପିଲାଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି। ସେପଟେ ସ୍କୁଲର ପାହାଚକୁ ଲାଗି ରହିଥିବା ଖୋଲା କୁଅକୁ ନେଇ ସବୁବେଳେ ଲାଗିରହୁଛି ଚିନ୍ତା। ଏନେଇ କୂଅକୁ ପୋତିବା ସହ ଅନ୍ୟାନ୍ୟ ସୁବିଧା କରାଯିବ ବୋଲି କହିଛନ୍ତି ବ୍ଲକ୍ କର୍ତ୍ତୃପକ୍ଷ।

ସେପଟେ ନବରଙ୍ଗପୁର ଜିଲାରେ ଥିବା ମୋତିଗାଁ ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ରହିବାକୁ ଅମଙ୍ଗ ଆଦିବାସୀ ଛାତ୍ରୀ। ହଷ୍ଟେଲରେ ୧୦୦ ଶଯ୍ୟା ଥିବାବେଳେ କୌଣସି ମହିଳା ଶିକ୍ଷୟିତ୍ରୀ ନଥିବାରୁ ପିଲାଙ୍କ ସୁରକ୍ଷା ନେଇ ଅଭିଭାବକଙ୍କର ବଢୁଛି ଚିନ୍ତା। ସେଠାରେ ଥିବା ଜଣେ ରୋଷେୟା ପିଲାଙ୍କ ଦାୟିତ୍ୱରେ ଥିବାବେଳେ ପାଠପଢାରେ ମଧ୍ୟ ଅନିୟମିତତା ନେଇ ଅଭିଯୋଗ ଆସିଛି। ରେଗୁଲାର ଶିକ୍ଷକ କେହି ନଥିବାରୁ ଶିକ୍ଷା ସହାୟକ ପଢାଉଛନ୍ତି ପାଠ।

ଏନେଇ ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ବ୍ଲକ୍ ଶିକ୍ଷା ମଙ୍ଗଳ ଅଧିକାରୀ। କେବେ ହେବ ସମସ୍ୟାର ସମାଧାନ, ସେନେଇ ଆଶଙ୍କାରେଛାତ୍ରଛାତ୍ରୀ ଏବଂ ଅଭିଭାବକ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like