ଏସସିବି ୟୁରୋଲୋଜି ବିଭାଗ ମୁଖ୍ୟଙ୍କ ବଦଳି

କଟକ: ପିଜି ଛାତ୍ରଙ୍କ ଆନ୍ଦୋଳନ ତେଜିଲା ପରେ ବଦଳିଲେ କଟକ ଏସ୍‌ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ମୁଖ୍ୟ ଦତ୍ତେଶ୍ୱର ହୋତା।

ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ବଦଳି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ ନିଷ୍ପତ୍ତିକୁ ଏସ୍‌ସିବି ଜୁନିୟର ଡାକ୍ତର ସଂଘ ସ୍ୱାଗତ କରିଛି।

ଏସ୍‌ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ମୁଖ୍ୟ ଦତ୍ତେଶ୍ୱର ହୋତାଙ୍କ ବଦଳି ଦାବି କରି ପିଜି ଛାତ୍ରମାନେ ଆନ୍ଦୋଳନ କରୁଥିଲେ। ପିଜି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ୧୫୦ଜଣ ହାଉସ ସର୍ଜନ ଓ ୧୬୦ ରେସିଡେଣ୍ଟ୍ ଡାକ୍ତର ମଧ୍ୟ ସମୂହ ଛୁଟିରେ ଯାଇଥିଲେ।

ଯାହାଫଳରେ ଏସ୍‌ସିବିରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ଅଧିକ ବିଗିଡିବାରେ ଲାଗିଛି। ଏସ୍‌ସିବି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏମ୍‌କେସିଜି ଓ ବୁର୍ଲାରେ କାର୍ଯ୍ୟରତ ଡାକ୍ତର।

ତେବେ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରି ରାଜ୍ୟ ସରକାର ଡାକ୍ତରଙ୍କ ଦାବି ମାନି ନେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like