ହଟିବେ SCB ୟୁରୋଲୋଜି ମୁଖ୍ୟ

କଟକ : କଟକ SCB ୟୁରୋଲୋଜି ବିଭାଗରେ ଛାତ୍ର ଅଶାନ୍ତି। ଘଟଣାରେ ବିଭାଗୀୟ ମୁଖ୍ୟଙ୍କୁ ପଦରୁ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ବିଭାଗ ମୁଖ୍ୟ ଡା. ଦତ୍ତେଶ୍ୱର ହୋତାଙ୍କୁ ହଟାଇବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ୧୦ ଦିନ ଭିତରେ ନୂଆ ବିଭାଗୀୟ ମୁଖ୍ୟଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ରହିଛି।

ତାସହ ଡା. ହୋତାଙ୍କୁ ପରୀକ୍ଷା ପରିଚାଳନାରୁ ଦୁରେଇ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଡା. ହୋତା ନିଜ ପକ୍ଷରୁ ମଧ୍ୟ ଦାୟିତ୍ୱ ଛାଡ଼ିବାକୁ ଚାହୁଁଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଛି।  ୟୁରୋଲୋଜି ବିଭାଗର ଛାତ୍ର ଅମୀୟ ଶଙ୍କର ପଲ୍ ଏବଂ ୧୧ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

୫ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କିଛି ଦିନ ପୂର୍ବରୁ ଡାକ୍ତର ଦତ୍ତ୍ୱେଶ୍ୱର ନିଜ ଘରୋଇ ନର୍ସିଂହୋମରେ ମେଡିକାଲ ଛାତ୍ରଙ୍କୁ କାମ କରାଉଥିବା ସହ କଥା ନମାନିଲେ ପରୀକ୍ଷାରେ ଫେଲ କରିଦେବାରେ ଧମକ ଦେଉଥିବା ନେଇ ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like