ନବମ ଦିନରେ ପହଞ୍ଚିଲା ଏସସିବି ପିଜି ଛାତ୍ରଙ୍କ ଆନ୍ଦୋଳନ: ସମୁହ ଛୁଟିରେ ଗଲେ ୧୫୦ ହାଉସ ସର୍ଜନ ଓ ୧୬୦ ରେସିଡେଣ୍ଟ୍ ଡାକ୍ତର

କଟକ: କଟକ ଏସସିବି ପିଜି ଛାତ୍ରଙ୍କ ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ଚିଛି।  ଏସସିବି ୟୁରୋଲଜି ବିଭାଗୀୟ ମୁଖ୍ୟଙ୍କ ନିଲମ୍ବନ ଦାବିରେ ଏସସିବି ମେଡିକାଲ କଲେଜରେ ଜୁନିୟର ଡାକ୍ତର ଆନ୍ଦୋଳନ କରୁଛନ୍ତି।

ଏହାକୁ ସମର୍ଥନ କରି ୧୫୦ ହାଉସ ସର୍ଜନ ଓ ୧୬୦ ରେସିଡେଣ୍ଟ୍ ଡାକ୍ତର ସମୁହ ଛୁଟି ନେଇଛନ୍ତି।  ଅନ୍ୟପକ୍ଷରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ବି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ପିଜି ଛାତ୍ର କାର୍ଯ୍ୟବନ୍ଦ କରିଛନ୍ତି।

ସମ୍ବଲପୁର ବୁର୍ଲା ଭିମସାରରେ ପିଜି ଛାତ୍ରମାନେ କଳା ବ୍ୟାଜ୍ ପିନ୍ଧି ଘଟଣାର ପ୍ରତିବାଦ କରିଛନ୍ତି। ୟୁରୋଲୋଜି ମୁଖ୍ୟ ପ୍ରଫେସର ଦତ୍ତେଶ୍ୱର ହୋତା ନିଜ କ୍ଲିନିକରେ ଡାକ୍ତରୀ ଛାତ୍ରମାନଙ୍କୁ କାମ କରାଉଥିବା ଅଭିଯୋଗ ହୋଇଛି।

ଏହାର ତଦନ୍ତ ପାଇଁ ଗଠିତ ୪ଜଣିଆ ଟିମ୍ ଅଡିଓ ଭିଜୁଆଲ୍ ତଥ୍ୟ ଯୋଡ଼ି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି।  ତେବେ ଅଭିଯୋଗ ନେଇ ୟୁରୋଲଜି ବିଭାଗୀୟ ମୁଖ୍ୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like