SCB ୟୁରୋଲୋଜି ବିଭାଗୀୟ ମୁଖ୍ୟଙ୍କ ନିଲମ୍ବନ ଦାବି : ଅଷ୍ଟମ ଦିନରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ
କଟକ : SCB ୟୁରୋଲୋଜି ବିଭାଗୀୟ ମୁଖ୍ୟଙ୍କ ନିଲମ୍ବନ ଦାବିରେ ତେଜୁଛି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ। ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି।
ପିଜି ଡାକ୍ତର ଛାତ୍ରଙ୍କୁ ସମର୍ଥନ ଜଣାଇ ହାଉସ ସର୍ଜନ ଓ ସିନିଅର ରେସିଡେନ୍ସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ୧୫୦ ଜଣ ହାଉସ ସର୍ଜନ ଓ ୧୬୦ଜଣ ରେସିଡେଣ୍ଟ୍ ଡାକ୍ତର ସମୁହ ଛୁଟି ନେଇଛନ୍ତି।
ସେପଟେ ଆନ୍ଦୋଳନ ଯୋଗୁଁ ମେଡିକାଲରେ ରୋଗୀ ସେବା ପ୍ରଭାବିତ ହୋଇଛି। ଏଣେ SCBର ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ସମ୍ବଲପୁର ଭିମସାରର ଜୁନିଅର ଡାକ୍ତର ବି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଛନ୍ତି।