ବ୍ରହ୍ମପୁର ଓ ବୁର୍ଲାକୁ ବ୍ୟାପିଲା ଏସସିବି ପିଜି ଛାତ୍ରଙ୍କ ଆନ୍ଦୋଳନ

କଟକ: ତୀବ୍ର ହେଉଛି ଏସସିବି ପିଜି ଛାତ୍ରଙ୍କ ଆନ୍ଦୋଳନ। ୟୁରୋଲଜି ବିଭାଗ ମୁଖ୍ୟଙ୍କ ନିଲମ୍ବନ ଦାବିରେ ଅଡି ବସିଛି ଡାକ୍ତରୀ ଛାତ୍ର ସଂଘ। ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜିକୁ ମିଶାଇ ୯ ଦିନରେ ପହଞ୍ଚିଥିଲେ ବି ସ୍ୱାସ୍ଥ୍ୟ ବିଭାଗ କି ଏସସିବି କର୍ତ୍ତୃପକ୍ଷ କାହାରି ନିଦ ଭାଙ୍ଗୁନି।

ସେପଟେ ଦାବି ପୂରଣ ପାଇଁ ରିଲେ ଅନଶନ ଆରମ୍ଭ କଲେଣି ଆନ୍ଦୋଳନକାରୀ। ଏଣେ ପିଜି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ୧୫୦ଜଣ ହାଉସ୍ ସର୍ଜନ ଓ ୧୬୦ ରେସିଡେଣ୍ଟ୍ ଡାକ୍ତର ବି ସମୁହ ଛୁଟି ନେଇଛନ୍ତି। ଫଳରେ ଏସସିବିରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ଅଧିକ ବିଗିଡିବାରେ ଲାଗିଛି। ସେପଟେ ୟୁରୋଲୋଜି ମୁଖ୍ୟ ପ୍ରଫେସର ଦତ୍ତେଶ୍ୱର ହୋତା ନିଜ କ୍ଲିନିକରେ ଡାକ୍ତରୀ ଛାତ୍ରଙ୍କୁ କାମ କରାଉଥିବା ନେଇ ଆସିଥିବା ଅଭିଯୋଗର ତଦନ୍ତ ହୋଇଛି। ତଦନ୍ତ ସାରି ୪ଜଣିଆ ଟିମ୍ ଅଡିଓ ଭିଜୁଆଲ୍ ତଥ୍ୟ ସହ ସରକାରଙ୍କୁ ରିପୋର୍ଟ ଦେଇ ସାରିଥିବାରୁ ଆନ୍ଦୋଳନରୁ ଓହରିବାକୁ ପିଜି ଛାତ୍ରଙ୍କୁ ନିବେଦନ କରିଛନ୍ତି ଅଧୀକ୍ଷକ।

ବ୍ରହ୍ମପୁର ବଡ଼ ମେଡିକାଲର ଏସସିବି ପିଜି ଛାତ୍ରଙ୍କ ଆନ୍ଦୋଳନକୁ ସମର୍ଥନ କରି ସୋମବାର ଅପରାହ୍ନରୁ ଏଠି ବି ଜୁନିଅର ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାରୁ ଏମକେସିଜିରେ ରୋଗୀ ସେବାରେ ଉପୁଜିଛି ବାଧା। ବ୍ରହ୍ମପୁର ଭଳି ବୁର୍ଲା ଭୀମସାରରେ ବି ପିଜି ଛାତ୍ରମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦକୁ ଓହ୍ଲାଇଛନ୍ତି।

ସେପଟେ ଏସସିବି ପିଜି ଛାତ୍ରଙ୍କ ଆନ୍ଦୋଳନ ଉପରେ ପୁଣି ଟ୍ୱିଟ୍ କରି ସ୍ୱାସ୍ଥ୍ୟ ବିଭାଗ ଓ ତୃତୀୟ ମହଲାକୁ ଟାର୍ଗେଟ୍ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।  ବୈଜୟନ୍ତ ଲେଖିଛନ୍ତି, ଜୁନିୟର ଡାକ୍ତରଙ୍କ ଦାବି ଉପରେ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା କଣ ସହଜ ହେଉନି କି? ଅବଶ୍ୟ,ଏହାଦ୍ୱାରା ସ୍ୱାସ୍ଥ୍ୟ ବିଭାଗରେ ଦୁର୍ନୀତି ଏବଂ ତୃତୀୟ ମହଲାରେ ଥିବା ଏହାର ଗଡ୍ ଫାଦରଙ୍କ ମୁଖା ଖୋଲି ଯାଇପାରେ ବୋଲି ଲେଖିଛନ୍ତି ବୈଜୟନ୍ତ।

ଆହୁରି ପଢ଼ନ୍ତୁ

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

ବିଜେଡିକୁ ଜନବିରୋଧୀର ସଂଜ୍ଞା ପଚାରିଲେ ପ୍ରଦୀପଙ୍କ ପତ୍ନୀ

ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

You might also like