ଆଇପିଏସ୍ ଅଫିସରଙ୍କ ସହ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ
ବେଙ୍ଗାଲୁରୁ: ସୋଶାଲ ମିଡିଆରେ ଜଣେ ଆଇପିଏସ୍ ଅଫିସର ଓ ଜଣେ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ ହୋଇଛି। ରିପୋର୍ଟ ମୁତାବକ, ଏହି ଭିଡିଓ ଆଇପିଏସ୍ ଭୀମଶଂକର ଗୁଲ୍ଡଙ୍କର । ଭୀମଶଂକର କର୍ଣ୍ଣାଟକ କ୍ୟାଡର ୨୦୧୨ ବ୍ୟାଚ୍ର ଆଇପିଏସ୍ । ସବୁଠୁ ବଡ଼ କଥା ହେଉଛି ଆଇପିଏସ୍ ଭୀମଶଂକର ପୁଲିସ ପୋଷାକରେ ଥିବା ଏହି ଭିଡିଓରେ ଦେଖାଯାଇଛି। ଏଥିପାଇଁ କର୍ଣ୍ଣାଟକ ପୁଲିସକୁ ବଦ୍ନାମ୍ ହେବାକୁ ପଡ଼ିଛି।
ସଂପୃକ୍ତା ମହିଳାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଂଜିନିୟର। ସେ ଅଭିଯୋଗ କରିଛନ୍ତି ଯେ ଆଇପିଏସ୍ ଅଫିସର ଭୀମଶଂକର ତାଙ୍କ ପତ୍ନୀଙ୍କୁ ଅବୈଧ ସଂପର୍କ ରଖିବା ପାଇଁ ବାଧ୍ୟ କରିଛନ୍ତି । ସେ ଏ ନେଇ ଭୀମଶଙ୍କରଙ୍କ ବିରୋଧରେ କୋରମଂଗଳା ଥାନାରେ ଏତଲା ଦେଇଛନ୍ତି। ଭୀମଶଙ୍କର ତାଙ୍କୁ ଧମକ ଚମକ ଦେଉଥିବା ଏପରିକି ଏନ୍କାଉଣ୍ଟର କରି ଉଡ଼ାଇଦେବାକୁ କହିଥିବା ସେ ଅଭିଯୋଗ କରିଛନ୍ତି। ସେ ଭୀମଶଂକରଙ୍କ ବିରୋଧରେ ପୁଲିସରେ ଏକ ଚାରିପୃଷ୍ଠିଆ ଅଭିଯୋଗଫର୍ଦ୍ଦ ଦାଖଲ କରିଛନ୍ତି । ଏହି ମାମଲାରେ ପୁଲିସ ଏ ପର୍ଯ୍ୟନ୍ତ ମାମଲା ରୁଜୁ କରିନଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ।