ଶ୍ରୀମନ୍ଦିରର ପରିଚାଳନା ତ୍ରୁଟି; ୩୦ ସୁଦ୍ଧା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ପୁରୀ: ଶ୍ରୀମନ୍ଦିରର ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ  ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଆସନ୍ତା  ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ପରିଚାଳନାରେ କେଉଁସବୁ ଅସୁବିଧା ରହିଛି ଓ କିଭଳି ଏହାର ସଂସ୍କାର ହୋଇପାରିବ ସେ ନେଇ ଅନୁଧ୍ୟାନ କରିବେ ପୁରୀ ଜିଲ୍ଲା କୋର୍ଟ। ଜିଲ୍ଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ଶ୍ରୀମନ୍ଦିରର ବର୍ତ୍ତମାନ ସମସ୍ୟା ଓ ଏହାର ସମାଧାନ ବିଷୟରେ ଅନୁଧ୍ୟାନ କରି ଏକ ରିପୋର୍ଟ ଦେବେ। ସେହିଭଳି ରାଜ୍ୟ ସରକାର ମଧ୍ୟ ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାର ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଏହି କମିଟି ଦେଶର ବିଭିନ୍ନ ପ୍ରତିଷ୍ଠିତ ମନ୍ଦିରକୁ ଯାଇ ସେଠାକାର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବ। ଏହି ବ୍ୟବସ୍ଥା ଶ୍ରୀମନ୍ଦିରରେ କିଭଳି ଲାଗୁ ହେବ ସେ ନେଇ କମିଟି ରିପୋର୍ଟ ଦେବ। ଦୁଇଟିଯାକ ରିପୋର୍ଟ ୩୦ ଜୁନ୍ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଛି।

ଏଥିସହିତ ବରିଷ୍ଠ ଆଇନଜୀବୀ ଗୋପାଲ ସୁବ୍ରମଣ୍ୟମଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଗୋପାଲ ଏହି ରିପୋର୍ଟଗୁଡ଼ିକୁ ଭଲଭାବେ ଅନୁଧ୍ୟାନ କରିବା ସହିତ ନିଜେ ସୁପ୍ରିମକୋର୍ଟଙ୍କୁ ନିଜର ପରାମର୍ଶ ଦେବେ ଓ ସୁପାରିଶ ମଧ୍ୟ କରିବେ। ଆସନ୍ତା ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଅନ୍ୟପଟେ ରତ୍ନଭଣ୍ଡାରର ଚାବି  ହଜିବା ଘଟଣାର ତଦନ୍ତ ଦାବି ନେଇ ହାଇକୋର୍ଟରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗତ ୬ ତାରିଖରେ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି। ସେହିପରି ଗତକାଲି ମଧ୍ୟ ହାଇକୋର୍ଟରେ ଆଉ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like