ଏସବିଆଇ କିଓସ୍କର ଏମିତି ଗ୍ରାହକ ସେବା; ଆକାଉଣ୍ଟରୁ ଟଙ୍କା ଗାଏବ

ବାଲେଶ୍ୱର: ଟଙ୍କା ସୁରକ୍ଷିତ ରହିବ ବୋଲି ବ୍ୟାଙ୍କରେ ଟଙ୍କା ରଖିଥିଲେ ଗରିବ ଲୋକେ। ହେଲେ ଫଳ ହେଲା ଓଲଟା। ଟଙ୍କା ଉଠାଇବାକୁ ଗଲାବେଳକୁ ଆକାଉଣ୍ଟ ଖାଲି। ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ଥିବା ଏସବିଆଇର କିଓସ୍କ ଗ୍ରାହକ ସେବା କେନ୍ଦ୍ରରେ।

ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଠକେଇ ଅଭିଯୋଗ ହୋଇଛି। ଅନେକ ଗ୍ରାହକ ଏହି ଠକାମିର ଶିକାର ହୋଇଛନ୍ତି। ଅଭିଯୋଗକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ଏବଂ ମୁଖ୍ୟ ଶାଖାର ତିନି ଜଣିଆ ଟିମ୍ ଖୋଳତାଡ଼ ଆରମ୍ଭ କରିଛନ୍ତି। ଗ୍ରାହକଙ୍କଠାରୁ ଟଙ୍କା ହଡ଼ପ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଅନ୍ୟପଟେ ଜନସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏସବୁ କରିଥିବା ଗ୍ରାହକ ସେବା କେନ୍ଦ୍ର ମାଲିକ ସତ୍ୟବ୍ରତ ପାଣିଗ୍ରାହୀ କହିଛନ୍ତି। ଯଦି କେହି ଗ୍ରାହକ ଠକାମିର ଶିକାର ହୋଇଥାନ୍ତି, ତେବେ ସେମାନଙ୍କୁ ଟଙ୍କା ଫେରାଯିବ ବୋଲି ସେ କହିଛନ୍ତି।

ଗୀତାଞ୍ଜଳି ସିଂ ନାମକ ମହିଳା ଏହି ଗ୍ରାହକ ସେବା କେନ୍ଦ୍ରରେ ୨୦୧୬ରେ ବ୍ୟାଙ୍କ୍ ଖାତା ଖୋଲିଥିଲେ। ନିଜ ଆକାଉଣ୍ଟରେ ସେ ୩୯ହଜାର ୯ଶହ ଟଙ୍କା ଜମା ରଖିଥିଲେ। ସେ ଟଙ୍କା ଉଠାଇବାକୁ ଗଲାବେଳେ ଖାତାରେ ପଇସା ଟିଏ ବି ନଥିବା ଜାଣିବାକୁ ପାଇଥିଲେ। ଗୀତାଞ୍ଜଳିଙ୍କ ଖାତାରୁ ସ୍ୱଦେଶୀ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ତେବେ କେବଳ ଗୀତାଞ୍ଜଳି ନୁହଁନ୍ତି ଏଭଳି ଅନେକ ଖାତାଧାରୀ ସମାନ ଅଭିଯୋଗ ଆଣିଛନ୍ତି। ଲୋକଙ୍କ ନିରକ୍ଷରତାର ସୁଯୋଗ ନେଇ ସେମାନଙ୍କୁ ଗ୍ରାହକ ସେବା କେନ୍ଦ୍ର ମାଲିକ ଠକିଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like