କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି
ସାଉଦି ଆରବ : ସାଉଦି ଆରବରେ ନୂଆ ଯୁଗର ଆରମ୍ଭ। କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି। ଜୁନ୨୩ ର ରାତି ସେମାନଙ୍କ ପାଇଁ ଏକ ଐତିହାସିକ ରାତି। ଏହି ରାତିରୁ ନିଜେ ନିଜେ କାର୍ ଡ୍ରାଇଭିଂ କରି ପାରିଛନ୍ତି ସାଉଦି ଆରବର ମହିଳା। କାରରେ ଯିବାକୁ ଡ୍ରାଇଭର ଦରକାର ନାହିଁ କି ସାଙ୍ଗରେ ପରିବାରର ଅନ୍ୟ ପୁରୁଷ ମଧ୍ୟ ଯିବା ଦରକାର ନାହିଁ।
ଏହି ମହିଳାଙ୍କୁ ଲାଗୁଛି ସତେ ଯେମିତି ସେମାନେ ସ୍ୱାଧୀନତା ପାଇଛନ୍ତି। ପାଲଟିଛନ୍ତି ଆକାଶର ମୁକ୍ତ ବିହଙ୍ଗ। କାର୍ ଚଲାଇବା ପରେ ମହିଳାମାନେ ନିଜ ନିଜର ଫଟୋ ଉଠାଇ ସୋସିଏଲ୍ ମିଡିଆରେ ଛାଡ଼ିଛନ୍ତି। ସାଉଦି ଆରବର ରକ୍ଷଣଶୀଳ ସମାଜରେ କାର୍ ଚଲାଇବା ମହିଳାଙ୍କୁ ମନା ଥିଲା। ତେବେ ଆଧୁନିକତା ସପକ୍ଷରେ ମତ ଦେଇ ଏହି ନିଷେଧାଦେଶକୁ ଉଠାଇ ଦେଇଛନ୍ତି ଯୁବରାଜ ମହମ୍ମଦ ବିନ୍ ସଲମାନ। .