ଟ୍ୱିନ୍ ସିଟି ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ସତ୍ୟଜିତ୍‌ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।  ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍ କମିଶନର।

୧୯୮୮ ବ୍ୟାଚ୍‌ର ଆଇପିଏସ ହେଉଛନ୍ତି ସତ୍ୟଜିତ୍‌ ମହାନ୍ତି। ପୂର୍ବରୁ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍‌ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।  ପୁରୀରେ ଆଡିସ୍‌ନାଲ ଏସ୍‌ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

୨୦୦୪ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁଲିସ ପଦକ ଏବଂ ୨୦୧୨ରେ ରାଷ୍ଟ୍ରପତି ପୁଲିସ ପଦକ ମଧ୍ୟ ପ୍ରଦାନ କାରଯାଇଥିଲା। ଆଇପିଏସ୍ ସ୍ତରରେ ଅଦଳବଦଳ ପରେ ଓ୍ୱାଇ.ବି. ଖୁରାନିଆଙ୍କୁ ଆଡ଼ିସ୍‌ନାଲ୍‌ ଡିଜିପି (ପ୍ରୋଭିଜନିଂ) ଦାୟିତ୍ୱ ଦିଆଯାଇଛି।

You might also like