ବାହୁବଳୀ ପରେ କଟ୍ଟପା ରହିବେ ମ୍ୟାଡାମ୍ ତୁଷାଦରେ

୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବାହୁବଳୀ’ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା। ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଇତିହାସ ରଚିଥିଲା ବ୍ଲକ୍‌ବଷ୍ଟର ଫିଲ୍ମ ‘ବାହୁବଳୀ’। ସବୁ ସ୍ତରର ଦର୍ଶକ ଏହି ଫିଲ୍ମକୁ ଆପଣେଇଥିଲେ। ଏହାର ଚିତ୍ର, ଚରିତ୍ର , ଡାଏଲଗ୍ ସବୁ ହୋଇ ଉଠିଥିଲା ଜୀବନ୍ତ। ‘ବାହୁବଳୀ’ ଫିଲ୍ମର ଦୁଇ ଚରିତ୍ର ବାହୁବଳୀ ଓ କଟ୍ଟପା ଖୁବ୍ ଲୋକପ୍ରିୟ ହୋଇଥିଲେ।

ପ୍ରକାଶିତ ସୂଚନା ଅନୁସାରେ, ‘ବାହୁବଳୀ’ର ଲୋକପ୍ରିୟ ଚରିତ୍ର କଟ୍ଟପା ଏବେ ଲଣ୍ଡନସ୍ଥିତ ବିଶ୍ୱପ୍ରସିଦ୍ଧ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଛନ୍ତି। ଏହାକୁ ନେଇ ପ୍ରଶଂସକଙ୍କ ମହଲରେ ଖୁବ୍ ଉତ୍ସାହ ଖେଳିଯାଇଛି। ଫିଲ୍ମରେ କଟ୍ଟପା ଭୂମିକାରେ ଅଭିନେତା ସତ୍ୟାରାଜ ଅଭିନୟ କରିଥିଲେ। ପୂର୍ବରୁ ବାହୁବଳୀ ଅର୍ଥାତ୍‌ ପ୍ରଭାସଙ୍କ ପ୍ରତିମୂର୍ତ୍ତି ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇସାରିଛି ।

ଏବେ କଟ୍ଟପା ଓରଫ ସତ୍ୟାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବା ପରେ ସେ ହେବେ ଦ୍ୱିତୀୟ ଦକ୍ଷିଣ ଭାରତୀୟ ଅଭିନେତା ଓ ପ୍ରଥମ ତାମିଲ ଅଭିନେତା ଯାହାଙ୍କ ପ୍ରତିମୂର୍ତ୍ତି ମ୍ୟାଡାମ୍ ତୁଷାଦରେ ସ୍ଥାନ ପାଇବ।

ଆହୁରି ପଢ଼ନ୍ତୁ

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ବିବାଦରେ ଫଶିଲେ ବିଗ୍‌ ବି

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

You might also like