‘ଜି ହାଁ ମେ ହିଁ ଖଲନାୟକ, ଅବ ବନଗେୟା ହୁଁ ଗ୍ୟାଙ୍ଗଷ୍ଟାର’
ମୁମ୍ବାଇ : ‘ଜି ହାଁ ମେ ହିଁ ଖଲନାୟକ ,ଅବ ବନଗେୟା ହୁଁ ଗ୍ୟାଙ୍ଗଷ୍ଟାର’ । ଟ୍ୱିଟରରେ ସଂଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କ ଏହି ଡାଇଲଗ ଏବେ ଭାଇରାଲ ହେଉଛି । ସଞ୍ଜୟଙ୍କ ଆଗାମୀ ଦିନରେ ଆସିବାକୁ ଥିବା ସିନେମା ମଧ୍ୟରୁ ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟାର3’ ରହିଛି। ମଙ୍ଗଳବାର ସଞ୍ଜୟ ଏହି ସିନେମାର ଏକ ଟିଜରକୁ ନିଜ ଟ୍ଵିଟର ପେଜରେ ପୋଷ୍ଟ କରିଛନ୍ତି।
Jee Haan Main Hun Khalnayak… Ab Ban Gaya Hun Gangster! #SahebBiwiAurGangster3 #SBG3MotionPoster @jimmysheirgill #MahieGill @IChitrangda
Produced by @rahulmittra13, Directed by @dirtigmanshu & Presented by @rajuchadhawave pic.twitter.com/g5zFoQq5tP
— Sanjay Dutt (@duttsanjay) June 26, 2018
15 ସେକେଣ୍ଡର ଏହି ଟିଜରରେ ସଞ୍ଜୟ ଦତ୍ତ ଏକ ବନ୍ଧୁକ ଧରି ଆକ୍ସନ ମୁଡରେ ନଜର ଆସୁଛନ୍ତି। ସୂଚନା ଥାଉକି ଏହା ହେଉଛି ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟାରର’ ତୃତୀୟ ପାର୍ଟ। ଏହାକୁ ତିଗ୍ମାଂଶୁ ଧୁଳିଆ ନିର୍ଦ୍ଦେଶନା ଦେଇଥିବାବେଳେ ଜିମି ସରଗିଲ, ମାହି ଗିଲ ଓ ଚିତ୍ରାଙ୍ଗଦା ସିଂ ପ୍ରମୁଖ ଏହି ସିନେମାରେ ନଜର ଆସିବେ। ଫିଲ୍ମର ପ୍ରଥମ ପାର୍ଟରେ ରଣଦୀପ ହୁଡ୍ଡା ମୁଖ୍ୟ ଭୂମିକାରେ ଆସିଥିବାବେଳ ଦ୍ଵିତୀୟ ଭାଗରେ ଇର୍ଫାନ ଖାନ୍ ନାୟକ ରୂପରେ ଦେଖାଦେଇଥିଲେ। ପୂର୍ବରୁ ଏହି ଦୁଇଟିଯାକ ସିନେମାକୁ ଦର୍ଶକଙ୍କ ପ୍ରଶଂସା ମିିଳିସାରିଛି।
ସଞ୍ଜୟ ଦତ୍ତଙ୍କ ହାତରେ ଏବେ ଅନେକ ଗୁଡିଏ ଫିଲ୍ମ ରହିଛି। ସେହିପରି ନିକଟରେ ତାଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ସଞ୍ଜୁ ମଧ୍ୟ ରିଲିଜ ହେବର ଅଛି।