ଦୀପିକାଙ୍କୁ ଏମିତି ପ୍ରଶଂସା କଲେ ଭଂସାଲୀ : କହିଲେ ତାଙ୍କ ଭିତରେ ମୁଁ ୩ଜଣ ପୁରୁଣା ଅଭିନେତ୍ରୀଙ୍କୁ ଦେଖେ

ବଲିଉଡ଼ରେ ଏବେ ଖୁବ୍ ନାଁ କମେଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ ଜଣେ। ନିକଟରେ ରିଲିଜ୍‌ ହୋଇଥିବାବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’ରେ ଅଭିନୟ କରି ଦୀପିକା ପାଲଟିଯାଉଛନ୍ତି ବଲିଉଡ଼ର ଜଣେ ଚର୍ଚ୍ଚିତ ଚେହେରା। ଏହି ଅଭିନେତ୍ରୀ ଜଣଙ୍କ ଯେ ଅତ୍ୟନ୍ତ ଟ୍ୟାଲେଣ୍ଟେଡ୍‌ ସେ ବିଷୟରେ ପ୍ରଶ୍ନ କରାଯାଇନପାରେ। ତେବେ ‘ପଦ୍ମାବତ୍‌’ର ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କ ଦୃଷ୍ଟିରେ ଦୀପିକା କିପରି ଜାଣିଛନ୍ତି ? ଭଂସାଲୀ କହିଛନ୍ତି, ଦୀପିକାଙ୍କ ଭିତରେ ସେ ୩ଜଣ ପୂର୍ବତନ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଗୁଣ ଦେଖିବାକୁ ପାଆନ୍ତି। ଜାଣିଛନ୍ତି କି ସେ ୩ ଜଣ ଅଭିନେତ୍ରୀ କିଏ ?

ଭଂସାଲୀ କୁହନ୍ତି, ଯେତେବେଳେ ମୁଁ ଦୀପିକାଙ୍କୁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିରୁ ଦେଖେ ସେ ମତେ ବୈଜୟନ୍ତୀମାଳାଙ୍କ ପରି ଦେଖାଯାଆନ୍ତି। ଆଉ ମଧ୍ୟ ଅନେକଥର ସେ ମତେ ହେମାମାଲିନୀଙ୍କ ଭଳି ଲାଗନ୍ତି।’ ଭଂସାଲୀ ଦୀପିକାଙ୍କ ତୁଳନା ଆଉ ଜଣେ ସୁନ୍ଦରୀ ଅଭିନେତ୍ରୀଙ୍କ ସହ ମଧ୍ୟ କରିଛନ୍ତି। କହିଛନ୍ତି , ‘ପଦ୍ମାବତ୍‌’ ଫିଲ୍ମରେ ଦୀପିକା ଯେଉଁପରି ଭାବେ ଘୁମର ନୃତ୍ୟ କଲେ,ତାହା ଦେଖି ମୋତେ ‘ୱାହିଦା ଜୀ’ଙ୍କ କଥା ମନେପଡ଼ିଗଲା। ମୋର ବିଶ୍ୱାସ ଯେ, ଏହି ୩ଜଣ ଅଭିନେତ୍ରୀଙ୍କ ସାମନାରେ ଛିଡ଼ା ହେବାର ଯୋଗ୍ୟତା ଦୀପିକାଙ୍କ ଠାରେ ରହିଛି।

ଏହା ପୂର୍ବରୁ ମଧ୍ୟ ଭଂସାଲୀ କହିଥିଲେ ,ସେ ଦୀପିକାଙ୍କ ଅଭିନୟରେ ଖୁବ୍ ପ୍ରଭାବିତ। ଏଥିପାଇଁ ଖୁସିରେ ସେ ଦୀପିକାଙ୍କୁ ୫୦୦ ଟଙ୍କାର ଏକ ନୋଟ୍ ମଧ୍ୟ ଦେଇଥିଲେ। ଭଂସାଲୀ ମଧ୍ୟ କହିଥିଲେ -‘ଦୀପିକା ଭଲ ଷ୍ଟାର୍‌ଙ୍କ ମଧ୍ୟରେ ଜଣେ। ’ଦୀପିକାଙ୍କୁ  ଭଂସାଲୀ ଏପରି ଢଙ୍ଗରେ ପ୍ରଶଂସା କରିବା ଘଟଣା ଏବେ ବଲିଉଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। କେହି କେହି ଏହାକୁ ନେଇ ନୂଆ ନୂଆ ଗସିପ୍ ମଧ୍ୟ କରିବା ଆରମ୍ଭ କରିଛନ୍ତି।

You might also like