• translate
Odishatv Bureau

ଫୁଲବାଣୀ: କେବଳ ରାସ୍ତା ନୁହେଁ, ବିଭିନ୍ନ ୱାର୍ଡ, ସାହି ଏବଂ ବସ୍ତିରେ ଗଦା ହେଉଛି କୁଢ଼ କୁଢ଼ ମଇଳା। ଦୀର୍ଘ ଦିନ ହେଲା ମଇଳା ସଫା କରାଯାଉନଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ପୌରପାଳିକା ଅଞ୍ଚଳର ।

ଅଭିଯୋଗ ଅନୁସାରେ, ସହରର ୧୩ଟି ଯାକ ୱାର୍ଡରେ ପୌରପାଳିକା ପକ୍ଷରୁ ସଫେଇ କରାଯାଉନଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି। ଏପରିକି ଏନେଇ ପୌରାଧ୍ୟକ୍ଷଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସେପଟେ ଅଭିଯୋଗକୁ ଅସ୍ୱୀକାର କରିବା ସହ ଆଗ ଅପେକ୍ଷା ପରିମଳ ବ୍ୟବସ୍ଥାରେ ସୁଧାର ଆସିଥବା କହିଛନ୍ତି ପୌରପାଳିକାର ଅଧ୍ୟକ୍ଷ।

nabarangpurସେହିପରି ନବରଂଗପୁରରେ ବି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। ସହରର ଦଣ୍ଡାସି ସାହି, ନୂଆବନ୍ଧ ସାହି, ରାଜୁ ସାହି, ଶଙ୍ଖାରି ସାହିରେ ଥିବା ନାଳ ନର୍ଦ୍ଦମା ଆବର୍ଜନାରେ ଭର୍ତ୍ତି ହୋଇଛି। ସଫେଇ କାର୍ଯ୍ୟ ହେଉନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଫଳରେ ଜେସିବି ମେସିନ ଭଡାରେ ଆଣି ଲୋକେ ମଇଳା ସଫା କରାଉଛନ୍ତି। ଅନ୍ୟପକ୍ଷରେ ସହରର ପରିମଳ ବ୍ୟବସ୍ଥା ନେଇ ସଜାଗ ଥିବା କହିଛନ୍ତି ତହସିଲଦାର।

Other Stories