ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ
ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିବା ବାଲୁକା କଳାରେ ବର୍ତ୍ତମାନ ଯୁଗରେ ନାରୀ ପ୍ରତ୍ୟେକ କ୍ଷେତ୍ରରେ ନିଜର କିଭଳି ପରକାଷ୍ଠା ପ୍ରଦର୍ଶନ କରିଛି ସେ ନେଇ ବାର୍ତ୍ତା ଦେଇଛନ୍ତି।
Greetings to all on the occasion of #InternationalWomensDay. Let’s reduce the gender gap and empower women. I’m in #Bahrain now and created this SandArt on President of the Supreme Council for Women in Bahrain HRH Sabika bint Ibrahim Al Khalifa. #IWD2018 pic.twitter.com/fakE114abD
— Sudarsan Pattnaik (@sudarsansand) March 7, 2018
My students created SandArt on #InternationalWomensDay at Puri beach in Odisha. #IWD2018 #PressforProgress pic.twitter.com/uZReCcA3xW
— Sudarsan Pattnaik (@sudarsansand) March 8, 2018
ସେହିପରି ଶିଳ୍ପୀ ମାନସ ସାହୁ ମଧ୍ୟ ଏକ ସଚେତନତା ଧର୍ମୀ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। ଯେଉଁଥିରେ ନାରୀକୁ ଏକ ମହାନ ବୃକ୍ଷ ସହ ତୁଳନା କରାଯାଇଛି। ନାରୀ କିପରି ଝଡ଼ଝଞ୍ଜା ସହି ପରିବାରର ସୁରକ୍ଷା କରୁଛି ତାହା ବାଲୁକା କଳାରେ ବର୍ଣ୍ଣନା କରାଯାଇଛି।ତାସହ ନାରୀକୁ ସୁରକ୍ଷା ଓ ସମ୍ମାନ ଦେବାକୁ ମଧ୍ୟ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ଏଥିରେ ବ୍ୟବହାର ହୋଇଛି ପ୍ରାୟ ୨୦ ଟନ୍ ବାଲି।