ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ବାଲୁକାକଳା
ପୁରୀ : ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ।
ଭାରତୀୟ ସଂସ୍କୃତି, ପରମ୍ପରା କିପରି ଭାବେ ଯୋଗ ସହ ଜଡିତ ଏଭଳି ଏକ ବିଷୟକୁ ନେଇ ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ବାଲୁକା କଳାଟି ୨୫ ଫୁଟ ଓସାରର ହୋଇଥିବାବେଳେ ଏହାକୁ ନିର୍ମାଣ କରିବାକୁ ୨୦ ଟନ୍ ବାଲି ବ୍ୟବହାର ହୋଇଛି। ବାଲୁକା କଳା ପ୍ରସ୍ତୁତ କରିବାକୁ ତାଙ୍କୁ ଦୀର୍ଘ ୮ ଘଣ୍ଟା ସମୟ ଲାଗିଥିଲା।