ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି

ସମ୍ବଲପୁର : ସମ୍ବଲପୁରରେ ଓକିଲ-ପୋଲିସ ଧସ୍ତାଧସ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ ପାଇଁ କଳା ପତାକା ଧରି ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି।  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦାସୀନ ମନୋଭାବ ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଓ ରାଜ୍ୟର ସବୁ ମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ସମ୍ବଲପୁର ଓକିଲ ସଂଘ ନିଷ୍ପତ୍ତି ନେଇଥିଲା।

ଏହି କ୍ରମରେ ଆଜି ଜିଏମ୍ ବିଶ୍ୱବିଦ୍ୟାଳୟ ଉତ୍ସବକୁ ଆସିବାକୁ ଥିବା ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବିରୋଧ କରି କଳା ପତାକା ରାଲି କରିଛି ସଂଘ।

 

You might also like