ସମ୍ବଲପୁର ଠେଲକୋପଡ଼ାରେ ଡବଲ ମର୍ଡର ଘଟଣା

ସମ୍ବଲପୁର : ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ଘଟଣା। ଆଉ ୫ ଜଣ ଗିରଫ। ଏହା ସହିତ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଗରୁ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିଲା ପୋଲିସ। ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀଙ୍କ ପରିବାର ଆକ୍ରମଣ କରିଥିଲେ। ଏଥିରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା।

ଏହା ପରେ ସୁଜିତଙ୍କ ସମ୍ପର୍କୀୟମାନେ ଉତ୍ୟକ୍ତ ହୋଇ ପାଣ୍ଡବ ମୁଖୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଘରେ ନିଆଁ ଲଗାଇଥିବା ସହ ତାଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ପାଣ୍ଡବ ମୁଖୀଙ୍କ ଭାଇ ଶଙ୍କର ମୁଖୀଙ୍କର ମୃତ୍ୟୁ ହୋଇଥିଲା।

You might also like
Comments
Loading...