ବିଜେପିକୁ ହରାଇବା ପାଇଁ ଆମେ ବଳିଦାନ ଦେବାକୁ ପ୍ରସ୍ତୁତ: ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦି ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ୨୦୧୯ ରେ ବିଜେପିକୁ ହରାଇବା ପାଇଁ ଆମର ଏହି ମେଣ୍ଟ ଜାରି ରହିବ।  ବିଜେପିକୁ ଗାଦିରୁ ହଟାଇବା ପାଇଁ ଆମକୁ ଯଦି ୨-୪ ସିଟ୍ ବଳିଦାନ ଦେବାକୁ ପଡ଼େ ତଥାପି ଆମେ ପଛକୁ ହଟିବୁ ନାହିଁ ବୋଲି ସେ କହିଛନ୍ତି । ଆମର କେବଳ ଗୋଟିଏ ଲକ୍ଷ ବିଜେପିକୁ ହରାଇବା  ଓ ଏଥିପାଇଁ ଆମେ କମ୍ ସିଟ୍ ଲଢ଼ିବା ସହ ବିଏସପି ସହ ମେଣ୍ଟ କରିବା ପାଇଁ ପ୍ରସ୍ତତ ଅଛୁ । ଉପନିର୍ବାଚନରେ ହୋଇଥିବା ଏହି ମେଣ୍ଟ ୨୦୧୯ ରେ ମଧ୍ୟ ଜାରି ରହିବ । ଅଖିଳେଶ ଯାଦବଙ୍କ ଏହି ନିଷ୍ପତ୍ତି  ବିଏସପି ସୁପ୍ରିମୋ ମାୟାବତୀ ଙ୍କ ବୟାନ ପରେ ଆସିଛି । କିଛି ଦିନ ପୂର୍ବରୁ ମାୟାବତୀ କହିଥିଲେ ଯେ ଆମେ ଅନ୍ୟ ଦଳ ସହ ମେଣ୍ଟ ସେତେବେଳେ କରିବୁ ଯେତେବେଳେ ଆମକୁ ସମ୍ମାନଜନକ  ସଂଖ୍ୟକ ସିଟ୍ ଲଢ଼ିବାକୁ ମିଳିବ । ମାୟାବତୀଙ୍କ ଏହି ବୟାନ ପରେ  ଅଖିଳେଶଙ୍କ ବୟାନକୁ  ଗୁରୁତ୍ୱପର୍ଣ୍ଣ ମନେକରାଯାଉଛି ।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like