ରିଲିଜ୍‌ ହେଲା ସଲମାନ୍‌ଙ୍କ ରେସ୍‌-୩

ମୁମ୍ବାଇ: ଆଜି ସିଲ୍‌ଭର ସ୍କିନ୍‌ରେ ରିଲିଜ୍ ହୋଇଛି ସଲମାନ୍ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରେସ୍‌-୩। ସଲମାନ୍‌ଙ୍କ ଆକ୍ସନ୍, ରୋମାନ୍ସ ଏବଂ ଜଲୱାକୁ ବଡ଼ ପରଦାରେ ଦେଖିଛନ୍ତି ଦର୍ଶକ। ଫିଲ୍ମରେ ସଲମାନ୍‌ଙ୍କ ସମେତ ଅନୀଲ କପୁର, ଜ୍ୟାକ୍‌ଲିନ୍‌, ବବି ଦେଓ୍ୱଲ,ଡ଼େଜି ଶାହା ପ୍ରମୁଖ ନଜର ଆସିଛନ୍ତି। ୨୦୧୫ରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ରେସ୍‌ର ଏ ହେଉଛି ଥାଡ୍ର ପାର୍ଟ।

ଚଳିତ ବର୍ଷ ଇଦ୍‌ରେ ପ୍ରଶଂସକଙ୍କୁ ବଲିଉଡ଼ ଭାଇଜାନଙ୍କ ଏହା ହେଉଛି ଏକ ବଡ ଭେଟି। ସଲମାନ୍‌ଙ୍କ ଅଭିନୀତ ରେସ୍‌-୩ରେ ମିଡ୍ ଏୟାର ପଞ୍ଚ୍‌, ଦିଲ୍ ଦୋହଲାଇ ଦେବାଭଳି ଷ୍ଟଣ୍ଟ୍, ଦମ୍‌ଦାର ଡାଇଲଗ ସାଙ୍ଗକୁ ଭରପୁର ଆକ୍ସନ, ଥ୍ରୀଲର ଏବଂ ସସ୍‌ପେନ୍ସରେ ଭରପୁର ରହିଛି ଫିଲ୍ମ।

କୋରିଓଗ୍ରାଫର କମ୍ ଡିରେକ୍ଟର ରେମୋ ଡି ସୌଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗରଙ୍କ କିକ୍ ଦେଖିବାକୁ ମିଳିବ। ଫିଲ୍ମ ରିଲିଜ ପୂର୍ବରୁ ଆଖିଦୃଶିଆ କାର୍‌ ଷ୍ଟଣ୍ଟ ଓ ଆକ୍ସନକୁ ଦର୍ଶକଙ୍କ ପ୍ରଶଂସା ମିଳିସାରିଛି।

ସଲିମ-ସୁଲେମାନଙ୍କ ନିର୍ଦ୍ଦେଶନାରେ ଫିଲ୍ମର ଗୀତ ଗୁଡିକ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଛି। ରେସ୍ ସିରିଜର ଥାର୍ଡ ଇନଷ୍ଟଲମେଣ୍ଟ ଦବଙ୍ଗ ଖାନଙ୍କ ରେସ୍‌-୩, ୪୦୦୦ ସ୍କ୍ରିନରେ ସ୍କ୍ରିନିଂ ହେବାକୁ ଥିବାବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଡକ୍ସନ ସଂସ୍ଥା।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

You might also like