ସଲମାନଙ୍କୁ ହସାଇ ହସାଇ ଗଡ଼ାଇଦେଲେ ଓଡ଼ିଆ ଯୁବକ
ଭୁବନେଶ୍ୱର/ମୁମ୍ବାଇ: ରେସ୍-୩ ଟ୍ରେଲରର ଏକ ଡୁପ୍ଲିକେଟ୍ ଭର୍ସନ୍ ବ୍ୟଙ୍ଗ ଭିଡିଓକୁ ନେଇ ଚର୍ଚ୍ଚାରେ ଓଡ଼ିଆ ଯୁବକ। ବଲିଉଡ଼ ଭାଇଜାନ ସଲମାନ୍ ଖାନ୍ ମଧ୍ୟ ଏହି ଓଡ଼ିଆ ଯୁବକଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଯେତେବେଳେ ରେସ୍-୩ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସଲମାନ୍ ଖାନ୍ ଏହି ଭିଡ଼ିଓକୁ ଦେଖିଲେ, ସେତେବେଳେ ସେ ତାଙ୍କ ହସକୁ ଆଉ ଅଟକାଇ ପାରି ନ ଥିଲେ।
‘ଦଶ୍ କା ଦମ୍ ୩’ ସେଟ୍ରେ ସଲମାନ୍ ଏହି ଭିଡ଼ିଓଟିକୁ ଦର୍ଶକଙ୍କୁ ଦେଖାଇଛନ୍ତି। ଯାହାକୁ ଦେଖିବା ପରେ ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ହସି ହସି ବେଦମ୍ ହୋଇଥିବାର ନଜର ଆସୁଛି। ଶେଷରେ ସେ କିଛି ସମୟ ଦମ୍ ନେଇ ଯୁବକଙ୍କୁ ପ୍ରଶଂସା କରିଥିଲେ।
ଭିଡ଼ିଓରେ ଥିବା ସବୁ ଦୃଶ୍ୟ ମଧ୍ୟରୁ କୃତ୍ରିମ ଚୁଟିରେ ଡେଜି ଶାହଙ୍କ ଏଣ୍ଟ୍ରି ତାଙ୍କୁ ବହୁତ ଭଲ ଲାଗିଲା ବୋଲି ସେ କହିଛନ୍ତି।
(ଫଟୋ ସୌଜନ୍ୟ-The Indian Express)
ଜୁନ୍ ୧୫ରେ ରିଲିଜ୍ ହୋଇଥିବା ରେସ୍-୩ ବକ୍ସ ଅଫିସରେ ୧୩୦ କୋଟିରୁ ଅଧିକ ଆୟ କରିସାରିଲାଣି। ଆକ୍ସନ,ସସ୍ପେନ୍ସ,ରୋମାନ୍ସ,ଥ୍ରୀଲର ମୁଭି ରେସର ଥାର୍ଡ ସ୍ୱିକେଲ ରେସ୍-୩। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରେମୋ ଡିସୁଜା। ସଲମାନଙ୍କ ବ୍ୟତୀତ ଅନୀଲ କପୁର,ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ,ବବି ଦେଓ୍ୱଲ,ସାକିବ ସଲିମ,ଡେଜି ଶାହ ଏହି ଫିଲ୍ମରେ ଅଭିନୟ କରିଛନ୍ତି।