ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋସ୍କୋ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

କଟକ: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ। ଘଟଣାର ୧୨ ଦିନ ମଧ୍ୟରେ କଟକ ପୋକ୍ସୋ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ସାଲେପୁର ପୋଲିସ। ଦଫା ୩୭୬ (କ), ୩୭୬ (ଖ), ୩୦୨ ଦଫାରେ ଚାର୍ଜସିଟ୍ କରାଯାଇଛି। ୩୬୩ ଆଇପିସି ଏବଂ ୬ ପୋକ୍ସୋ ଆକ୍ଟରେ ଚାର୍ଜସିଟ୍ ହୋଇଛି।

ପୋକ୍ସୋ ଆଇନ ଅଧ୍ୟାଦେଶ ପରେ ଏହା ରାଜ୍ୟର ପ୍ରଥମ ଘଟଣା। ଗତମାସ ୨୧ ତାରିଖରେ ଘଟିଥିଲା ନାବାଳିକା ଦୁଷ୍କର୍ମ ଘଟଣା। ଗତ ୨୯ ତାରିଖରେ କଟକ ବଡ଼ ଡାକ୍ତରଖଶନାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ ପରେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ୍‌ ସକ୍ଷମ ହୋଇଥିଲା।

You might also like