ସାବିତ୍ରୀ ବ୍ରତ ପାଇଁ ଫଳ ବଜାର ଗରମ

ଭୁବନେଶ୍ୱର : ସାବିତ୍ରୀ ପାଇଁ ସଜେଇ ହୋଇଛି ରାଜଧାନୀର ଫଳ ବଜାର। ଭଳିକି ଭଳି ଫଳର ପସରା ଖୋଲି ଗ୍ରାହକଙ୍କୁ ଅନେଇ ବସିଛନ୍ତି ଦୋକାନୀ। ହେଲେ କିଣିବାକୁ ଗ୍ରାହକଙ୍କ ହାତ ଯାଉନି। କାରଣ ଫଳ ବଜାରରେ ସତେ ଯେମିତି ନିଆଁ ଲାଗିଛି। ରେଟ୍ ଶୁଣି ମୁଣ୍ଡ କାନ ଝାଇଁ ମାରିଯାଉଛି।

ଗତ ବର୍ଷ ତୁଳନାରେ ସବୁ ଫଳ କିଲୋ ପିଛା ୪୦ରୁ ୫୦ଟଙ୍କା ବଢିଛି।  ଏମିତିକି ସାଧାରଣ କଦଳୀ କେଜି ୫୦ଟଙ୍କା, ସପୁରୀ ଗୋଟାକୁ ୩୦ରୁ ୩୫ ଓ ଆମ୍ବ କିଲୋ ୮୦ରୁ ୯୦ ଓ ସେଓ କିଲୋ ୧୮୦ରୁ ୨୦୦ଟଙ୍କାରେ ବିକ୍ରି ହେଉଛି। ଲିଚୁ, ଅଙ୍ଗୁର ଦର ତ କିଲୋ ପିଛା ୧୫୦ଟଙ୍କାରୁ କମ୍ ନାହିଁ। ସବୁଠୁ ଦାମୀ ଫଳ ରହିଛି ଜାମୁରୋଳ। ଯାହାର କିଲୋ ୨୦୦ ଟଙ୍କାରେ ବିକ୍ରୀ ହେଉଛି। କଟକ,ବ୍ରହ୍ମପୁର, ବଲାଙ୍ଗୀର ଓ ରାୟଗଡା ସବୁଠି ସମାନ ଦର। ପୂଜା ପାଇଁ ଦରକାର ହେଉଥିବାରୁ ଯେମିତି ହେଲେ କିଣିବାକୁ ବାଧ୍ୟ।

ସେପଟେ ଏବର୍ଷ ସାବିତ୍ରୀ ବଜାରରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ। ଗ୍ରାହକଙ୍କ ଚାହିଦା ଅନୁଯାଇ ବିଭିନ୍ନ ଭେରାଇଟର ଫଳ ରଖାଯାଇଛି। ତେବେ ପୂଜା ପାଇଁ ଦରକାର ପଡୁଥିବା ଶଙ୍ଖା, ସିନ୍ଦୁର, ଚୂଡ଼ି ଆଦି କିଣିବାକୁ ତ ପୂଜା ଦୋକାନରେ ପ୍ରବଳ ଭିଡ।  ଆଉ ନୂଆ ଲୁଗା ପାଇଁ ଛୋଟ ବଡ଼ ସବୁ ଦୋକାନରେ ଗ୍ରାହକଙ୍କ ଭିଡ଼।

You might also like