ଟିଟୋର ଭାଇ ବିଜେଡିରେ ସାମିଲ ନେଇ ରାଜନୈତିକ ଝଡ଼

ଭୁବନେଶ୍ୱର : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଏବେ ବିଜେଡି ଶିବିରରେ।ମିଶ୍ରଣ ସମାବେଶରେ ବିଜେଡିରେ ଯୋଗଦେଇଛନ୍ତି ଟିଟୋର ଭାଇ ସଇଦ୍ ଏହେସାନ୍ ଅଲ୍ଲୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ସିଧାସଳଖ ବିଜେଡିକୁ ଏବଂ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

ଟେଣ୍ଡର ଫିକ୍ସିଂ ଏବଂ ଦାଦାବଟି ଆଦାୟକୁ ନେଇ ଟିଟୋ ଏବଂ ହାଇଦର ଗ୍ୟାଙ୍ଗର ଲଢ଼େଇ ଭିତରେ ଅନେକ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ାର ରାଜନୀତି ଏବଂ ଅର୍ଥନୀତି। ଏବେ ବି ଟିଟୋ ଜେଲରେ ଥାଇ ନିଜର ଅପରାଧ ସାମ୍ରାଜ୍ୟର ଜାଲ ବିଛାଇବା ଅଭିଯୋଗ ହେଉଛି।

ତେବେ ପ୍ରଶ୍ନ ଉଠୁଛି, ଗ୍ୟାଙ୍ଗଷ୍ଟର ଟିଟୋର ଭାଇକୁ ଦଳରେ ସାମିଲ କରି ବିଜେଡି କେଉଁ ଗଡ଼ରେ ବିଜୟୀ ହେବାକୁ ଆଶା ରଖିଛି?  ତାଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଅଛି କି ନାହିଁ, ତାହା ମିଶାଇଥିବା ନେତା ଓ ସୁପ୍ରିମୋ ଜାଣିଛନ୍ତି ତ ? ବିଜେପି କହିଛି, ପରାଜୟ ଆଶଙ୍କାରେ ବିଜେଡି ବ୍ୟାକୁଳ ହୋଇ ଏଭଳି ଲୋକଙ୍କୁ ସାମିଲ କରୁଥିବାବେଳେ ବିଜେଡି କହିଛି, ବିନା ପ୍ରମାଣରେ ଏଭଳି ଅଭିଯୋଗ କରିବା ଅନୁଚିତ୍।

You might also like