ଦୁର୍ନୀତି ବିରୋଧରେ ସ୍ୱର ଉଠେଇବା ପଡିଲା ମହଙ୍ଗା : ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ

ପୁରୀ : ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜଣେ ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ ଅଭିଯୋଗ। ଏଭଳି ଘଟଣା ଘଟିଛି ପୁରୀ ଜିଲା ଚନ୍ଦନପୁର ଅଂଚଳରେ। ସୂଚନାଧିକାର କର୍ମୀ ବାବି ଜେନା ହନ୍ତୁକ ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ସୂଚନା ଆଇନ ମୁତାବକ ତଥ୍ୟ ମାଗିଥିଲେ।

ତେବେ କାର୍ଯ୍ୟାଳୟରେ ତାଙ୍କୁ ତଥ୍ୟ ବଦଳରେ ମିଳିଥିଲା ମାଡ଼। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ପରେ ମାଡ ମାରିଥିବା ଯୁବକ ଅଭିମନ୍ୟୁ ସ୍ୱାଇଁଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାକୁ କେନ୍ଦ୍ର କରି ହନ୍ତୁକ ଗ୍ରାମ୍ୟ କମିଟି ସମବାୟ ସମିତିର ସଂପାଦକ ବାବିଙ୍କୁ ୧୦ ହଜାର ଟଙ୍କା ଡିପୋଜିଟ୍ ଦେବାପାଇଁ ବାଧ୍ୟ କରିଥିଲେ।

ବାବି ଟଙ୍କା ନଦେବାରୁ ତାଙ୍କୁ ଘଣ୍ଟ ବାଡେଇ ଗାଁରୁ ନିଆଁପାଣି ବାସନ୍ଦ କରାଯାଇଥିବା ବାବି ଜେନା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନ୍ୟାୟ ପାଇବା ପାଇଁ  ଜିଲାପାଳ, ପୁରୀ ଏସ୍‌ପି ଏବଂ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେବି ପ୍ରଶାସନିକ ସ୍ତରରେ ସହଯୋଗ ମିଳିନଥିବା କହିଛନ୍ତି ବାବି।

ଅନ୍ୟପଟେ ବାସନ୍ଦ ଘଟଣାକୁ ଗୁରୁତର ସହ ନେବା ସହ ଉଭୟ ପକ୍ଷକୁ ଡାକି ପଚରାଉଚୁରା କରି ଶୁଣାଣି କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ଦେଖନ୍ତୁ ଏହି ଭିଡ଼ିଓ-

You might also like