ବନ୍ଧୁକ ମୁନରେ ୪୫ଲକ୍ଷ ଲୁଟ୍‌; ସାଙ୍ଗରେ ନେଇଗଲେ ସିସିଟିଭି ରେକର୍ଡ ମେସିନ୍‌

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ବନ୍ଧୁକ ମୁନରେ ପ୍ରାୟ ୪୫ଲକ୍ଷ ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି। ମଧୁସୂଦନନଗର ବଜାରରେ ଥିବା ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କରେ ଏହି ଲୁଟ୍ ହୋଇଛି।

ସୂଚନା ଅନୁସାରେ, ଆଜି ସକାଳ ୧୦ଟା ବେଳେ ବ୍ୟାଙ୍କ ଖୋଲିବା ମାତ୍ରେ ୭ରୁ ୮ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ସେମାନଙ୍କଠୁ ଲକର ଚାବି ଆଣି ଟଙ୍କା ଲୁଟି ନେଇଥିଲେ।

ଏମିତିକି ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ ବସିବାକୁ ମଧ୍ୟ କହିଥିଲେ। ଲୁଟପାଟ୍ ସାରି ଗଲାବେଳେ ବ୍ୟାଙ୍କରେ ଥିବା ସିସିଟିଭି ରେକର୍ଡ ମେସିନକୁ ମଧ୍ୟ ଡକାୟତ ମାନେ ସାଙ୍ଗରେ ନେଇ ଯାଇଛନ୍ତି।

ଲୁଟ୍ ଖବର ପାଇବା ପରେ ପୋଲିସ ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି। ଏମିତିକି ସହର ସୀମା ସିଲ୍ କରି ଡକାୟତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ୍।

You might also like