ବିବାଦରେ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା

ବାରିପଦା : ବିବାଦରେ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା। ଓଟିଏସ ଆଳରେ ଏହି ଶାଖା ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଯାଇଥିବା ନେଇ ବ୍ୟାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି।

ଏଥିସହ ବ୍ୟାଙ୍କ ସଭାପତିଙ୍କୁ କ୍ଷମତାଚ୍ୟୁତ ପାଇଁ ଅଡିଟ୍ ରିପୋର୍ଟରେ ମଧ୍ୟ ନିର୍ଦ୍ଦେଶ ରହିଛି। ଗତ ୧୧ତାରିଖରେ ଡେପୁଟି ରେଜିଷ୍ଟ୍ରାର କୋ-ଅପରେଟିଭ ସୋସାଇଟି ବାରିପଦା ଶାଖାରୁ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡିଛି ଯେ ବାରିପଦା ଶାଖାରୁ ଋଣ ନେଇଥିବା ୮ଜଣ ବ୍ୟକ୍ତିଙ୍କୁ ୪୫ ଲକ୍ଷ ୫୦ ହଜାର ଟଙ୍କାର ଅନୁକମ୍ପା ଦିଆଯାଇଥିଲା, ଯାହାକୁ ଅଡିଟ ରିପୋର୍ଟରେ ଭୁଲ୍ ଦର୍ଶାଯାଇଛି।

ଏଥିପାଇଁ ବ୍ୟାଙ୍କର ବର୍ତ୍ତମାନ ସଭାପତିଙ୍କ ସହ ତତ୍କାଳୀନ ଚିଫ ଏକଜିକ୍ୟୁଟିଭ ଅଫିସର ହରିଶ୍ଟନ୍ଦ୍ର ଦାସ ଏବଂ ବ୍ରାଞ୍ଚ ମ୍ୟାନେଜର ପ୍ରଶାନ୍ତ କୁମାର ସିଂବାବୁଙ୍କୁ ଏହି ରିପୋର୍ଟରେ ସରଚାର୍ଜ ପ୍ରସିଡିଂ ପାଇଁ ଦର୍ଶାଯାଇଛି। ହେଲେ ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ଜାଣିବାକୁ ଦେଖନ୍ତୁ ଏହି ଭିଡ଼ିଓ –

You might also like