ଅଜୟଙ୍କ ଅଜବ ନିଶା : ୧୩୦ ଜଣ ରାଜାଙ୍କ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ କରି ଗତ ମାସରେ ଲିମକା ବୁକ୍‌ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।

 ପ୍ରଥମେ ବଣାଇ ରାଜାଙ୍କୁ ଭେଟି ଦସ୍ତଖତ ନେବା ସହ ତାଙ୍କର ପ୍ରେରଣା ପାଇ ଆଜି ଏହି ସଫଳତା ପାଇଥିବା କହିଛନ୍ତି ଅଜୟ। ହେଲେ ମୁକୁଟ ବିହିନ ରାଜାଙ୍କୁ ନିଜର ଆଲବମରେ ସାଇତି ରଖିବା ସହିତ କିଛି ରାଜା ପଞ୍ଚଭୂତରେ ଲୀନ ହୋଇଥିଲେ ବି ତାଙ୍କୁ ଅମର କରି ରଖିଛନ୍ତି ଅଜୟ।

ଅଜୟ ଦିଲ୍ଲୀର ଏକ ମଲଟି ନାସନାଲ କଂପାନୀର ସହକାରୀ ପରିଚାଳକ ଭାବେ କାମ କରୁଛନ୍ତି। ପ୍ରାଇଭେଟ୍ କଂପାନୀରେ ଚାକରି କରୁଥିଲେ ବି ରାଜାଙ୍କର ଫଟୋ ସଂଗ୍ରହ କରିବା ତାଙ୍କର ସଉକ୍। ୨୦୧୬ ମସିହାରେ ସେ ଲିମକା ବୁକରେ ସାମିଲ୍ ଲାଗି ଆବେଦନ କରିଥିବା ବେଳେ ଗଲା ମାସରେ ମିଳିଛି ସମ୍ମାନ। ଯାହାକୁ ନେଇ ତାଙ୍କ ପରିବାର, ସାଙ୍ଗ ସାଥୀ ସମସ୍ତେ ଖୁସିରେ ଗଦ୍‌ଗଦ୍‌। ଆଗାମୀ ଦିନରେ ଗିନିଜ୍ ବୁକରେ ରେକର୍ଡ ଲାଗି ଆଶା ରଖିଛନ୍ତି।

 

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like