ମହାବଳ ବାଘକୁ ମିଳିବ ସାଥୀ
ଭୁବନେଶ୍ୱର: ସାତକୋଶିଆରେ ଥିବା ମଧ୍ୟପ୍ରଦେଶର ବାଘକୁ ମିଳିବ ସାଥୀ। କାହିଁକି ନା ଓଡିଶା ଆସୁଛି ଆଉ ଏକ ବାଘୁଣୀ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ସାତକୋଶିଆ ଜଙ୍ଗଲକୁ ଅଣାଯାଉଛି ବାଘୁଣୀ।
ବାଘୁଣୀଟି ଏହି ସପ୍ତାହରେ ସାତକୋଶିଆ ଜଙ୍ଗଲରେ ପହଞ୍ଚିବା ସମ୍ଭାବନା ରହିଛି। ହେଲେ କେଉଁ ରୁଟ୍ରେ ବାଘୁଣୀକୁ ଅଣାଯାଉଛି, ସୁରକ୍ଷା ଦୃଷ୍ଟିରୁ ସେନେଇ ଗୁପ୍ତ ରଖାଯାଇଛି।
ଗତ ୨୧ ତାରିଖରେ ଏକ ମହାବଳ ବାଘକୁ ମଧ୍ୟପ୍ରଦେଶର କାହ୍ନାରୁ ଅଣାଯାଇ ସାତକୋଶିଆରେ ନିର୍ମିତ ସ୍ୱତନ୍ତ୍ର ଏନ୍କ୍ଲୋଜରରେ ରଖାଯାଇଛି। କିଛି ଦିନ ହେଲା ସିସିଟିଭି ଜରିଆରେ ବାଘ ଉପରେ ନଜର ରଖାଯାଇଛି। ଆଉ ବାଘୁଣୀ ଆସିବା ପରେ ଉଭୟଙ୍କୁ ଜଙ୍ଗଲରେ ମୁକ୍ତ କରାଯିବ।