ଆସିଲା ମହାବଳ ବାଘ
ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ ମହାବଳ ବାଘ। ଏଥିପାଇଁ ମଧ୍ୟପ୍ରଦେଶ କାହ୍ନା ଜାତୀୟ ଉଦ୍ୟାନରୁ ଆସିଥିବା ମହାବଳ ବାଘ ଓଡ଼ିଶାରେ ପହଞ୍ଚିଛି।
ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଏହି ବାଘକୁ ଆଜି ଓଡ଼ିଶା ଅଣାଯାଇଛି। ଏକ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇ ବାଘକୁ ଅଣାଯାଇଛି।
ବାଘର ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ ଅଣାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ବାଘ ଆଣି ସାତକୋଶିଆରେ ଛାଡ଼ିବାକୁ ଯୋଜନା ରହିଛି।
ଏଥିପାଇଁ ସାତକୋଶିଆର କୋର୍ ଅଞ୍ଚଳରୁ ଜନବସତିକୁ ସ୍ଥାନାନ୍ତର କରାଯାଇଛି। ବାଘଙ୍କ ପାଇଁ ସ୍ୱତନ୍ତ୍ର ଜାଲିଯୁକ୍ତ ଏନ୍କ୍ଲୋଜର ନିର୍ମାଣ ବି ଶେଷ ହୋଇଛିା ତେବେ ବାଘ ଛଡାଯିବାକୁ ନେଇ ବନବିଭାଗ ସୂଚନା ଦେଇ ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।