ବମିଖାଲ ଓଭରବ୍ରିଜ ଦୁର୍ଘଟଣା: ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାଉରକେଲା: ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଉରକେଲା ନିକଟ ଲାଠିକଟାରେ ରାସ୍ତାରୋକ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର ଓ ଗାଁ ଲୋକେ। ବ୍ରିଜ ନିର୍ମାଣ କରୁଥିବା କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

ଗତକାଲି ରାତିରେ ବମିଖାଲ ଓଭରବ୍ରିଜରେ ୮ଜଣ ଶ୍ରମିକ ଲୁହା ରଡ଼ ବାନ୍ଧୁଥିବା ବେଳେ ତାହା ଓଲଟି ପଡ଼ିଥିଲା। ଫଳରେ ୨ ଜଣ ଶ୍ରମିକ ଲୁହା ରଡ ତଳେ ଚାପି ହୋଇ ରହିଯାଇଥିଲେ। ପ୍ରାୟ ୨୦ ମିନିଟ୍ କାଳ ଫସିରହିବା ପରେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଅଜୟ ଭୂମିଜ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଘର ସୁନ୍ଦରଗଡ଼ ଲାଠିକଟାରେ।

ଆହୁରି ପଢ଼ନ୍ତୁ

You might also like