ସଡ଼କ ସୁରକ୍ଷାକୁ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ସଡ଼କ ସୁରକ୍ଷା ସଂକ୍ରାନ୍ତରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଭିଡ଼ିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

ବୈଠକ ପରେ ପରିବହନ କମିଶନର ମଧୁସୂଦନ ପାଢି କହିଛନ୍ତି, ରାଜ୍ୟର ୧୫ଟି ଜିଲ୍ଲାରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ବରଗଡ, ପୁରୀ ଓ ଝାରସୁଗୁଡାରେ ମଧ୍ୟ ସ୍ଥିତି ସଙ୍ଗିନ।

ଦୁର୍ଘଟଣାରେ ରାଜ୍ୟରେ ଦିନକୁ ପ୍ରାୟ ୧୫ ଜଣ ଲୋକଙ୍କ ଜୀବନ ଯାଉଛି। ଦୁର୍ଘଟଣାରେ ସର୍ବାଧିକ ମୋଟର ସାଇକେଲ ଆରୋହୀ ଶିକାର ହେଉଛନ୍ତି ବୋଲି ପରିବହନ କମିଶନର କହିଛନ୍ତି। ଦୁର୍ଘଟଣା ରୋକିବା ଲାଗି ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି।

ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ହେଲମେଟ ଚେକିଂ କଡାକଡି କରାଯିବ।  ଏଥିପାଇଁ ଜିଲ୍ଲାପାଳ, ଏସ୍‌ପି ଓ ଆରଟିଓଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

You might also like