ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍, ୩ ମୃତ

ଭୁବେନଶ୍ୱର: ଗତକାଲି ମଧ୍ୟରାତ୍ରିରେ ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ମୁଖ୍ୟ ରାସ୍ତାରେ ଟ୍ରକ୍‌କୁ ପଛପଟୁ କାର୍ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ମାନେ ହେଲେ କୁମାର ଚନ୍ଦନ, ଦେବାଶିଷ ମିଶ୍ର ଏବଂ ପର୍ଶୁରାମ ହରିଚନ୍ଦନ। କାର୍‌ଟି ଜୟଦେବ ବିହାରରୁ ରସୁଲଗଡ଼ ପଟେ ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ର ଆଗପଟ ସମ୍ପୂର୍ଣ୍ଣ ଚୁରମାର୍ ହୋଇ ଯାଇଛି। ଏପରିକି କାର୍‌ର କିଛି ଅଂଶରେ ନିଆଁ ଲାଗି ଯାଇଥିଲା। ଏହାସହ ଏହି ନିଆଁ ମୃତକଙ୍କ ଦେହରେ ଲାଗିବାରୁ ସେମାନେ ପୋଡ଼ି ମଧ୍ୟ ଯାଇଛନ୍ତି।

ଖବର ପାଇ ସହିଦ୍‌ ନଗର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ତିନି ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ତାଙ୍କୁ ମୃତ ଘୋଷଣା କରାଯାଇଛି।

You might also like