ଟ୍ରକ୍-ସ୍କୁଟି ମୁହାଁମୁହିଁ ଧକ୍କା: ପୁଅ ମୃତ, ମାଆ ଗୁରୁତର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ରଘୁନାଥପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଟ୍ରକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି।
ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଆହତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବାରୁ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭାଙ୍ଗି ଦେଇଥିଲେ।
ଏଥିସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ସ୍ଥାନୀୟ ଲୋକେ ପିଛା କରି ଡ୍ରାଇଭରକୁ ପୋଲିସର ଜିମା ଦେଇଛନ୍ତି।