ବିଜେପୁରରେ ବିଜେଡିର ମହାବିଜୟ :୪୧ ହଜାରରୁ ଅଧିକ ଭୋଟ୍‌ରେ ପ୍ରତିଦ୍ୱନ୍ଦ୍ୱି ଅଶୋକଙ୍କୁ ମାତ୍ ଦେଲେ ରୀତା

ଭୁବନେଶ୍ୱର : ବାଜା, ବାଣରେ ଦୁଲୁକୁଛି ବିଜେଡି କ୍ୟାମ୍ପ୍। ବିଜୟ ଉଲ୍ଲାସରେ ନାଚୁଛନ୍ତି ଦଳୀୟ ନେତା ଓ କର୍ମୀ। ବିଜେପୁର ଉପନିର୍ବାଚନରେ ବାଜିମାତ୍ ପରେ ପଦ୍ମପୁରସ୍ଥିତ କାଉଣ୍ଟିଂ ସେଣ୍ଟର ଓ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ଗ୍ରାଣ୍ଡ୍ ସେଲିବ୍ରେସନ। ନବୀନ ନିବାସରରେ ବି ଉତ୍ସବମୁଖର ପରିବେଶ। ବିଜେପୁର ଜନାଦେଶ ବିଜେଡି ସପକ୍ଷରେ ଯିବାପରେ ଦଳର ନେତାମାନେ ବିଶାଳ ଶୋଭାଯାତ୍ରାରେ ଯାଇ ସୁପ୍ରିମୋ ନବୀନଙ୍କୁ ଜଣାଇଥିଲେ ବଧାଇ।

ଏହି ବହୁ ଚର୍ଚ୍ଚିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ, ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୧ହଜାର ୯୩୩ ଭୋଟ୍‌ରେ ହରାଇଛନ୍ତି। ରୀତା ମୋଟ୍  ୧ ଲକ୍ଷ ୨ ହଜାର ୮୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ଅଶୋକ ପାଇଛନ୍ତି ୬୦ ହଜାର ୯୩୮ ଭୋଟ୍। ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦ ହଜାର ୨୭୪ ଭୋଟ୍।  ଏପରିକି କଂଗ୍ରେସ୍ ଏଠାରେ ଅମାନତ ହରାଇଛି।

ପ୍ରଥମ ରାଉଣ୍ଡ ଗଣତିରୁ ଲିଡ୍ ନେଇଥିବା ବିଜେଡି ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଥିଲା।  ଏପରି ସବୁ ରାଉଣ୍ଡରେ ରୀତା, ପ୍ରତିଦ୍ୱନ୍ଦ୍ୱୀ ଅଶୋକଙ୍କଠାରୁ ଆଗରେ ରହିଥିଲେ। ଏହି ବିପୁଳ ବିଜୟ ପାଇଁ ବିଜେପୁରସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରୀତା ସାହୁ। ନବୀନ କହିଛନ୍ତି ଶାନ୍ତିପ୍ରିୟ ଜନସାଧାରଣ ବିରୋଧୀଙ୍କ ହୀନ ରାଜନୀତି ଓ ହିଂସାକୁ ନାକଚ କରିଛନ୍ତି।

ଏପଟେ ବିଜେପି ଓ କଂଗ୍ରେସ ଶିବିରେ ନିରାଶା। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ କହିଛନ୍ତି ଏହା କଳାଟଙ୍କାର ବିଜୟ। ୨୦୧୯ରେ ବିଜେପିର ବିଜୟ ହେବ। ସେପଟେ ନିଜ ପରାଜୟ ପାଇଁ ଅର୍ଥାଭାବକୁ ଦାୟୀ କରିଛନ୍ତି କଂଗ୍ରେସ ପ୍ରାର୍ଥି ପ୍ରଣୟ ସାହୁ। ଦଳ ତରଫରୁ ତାଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହଯୋଗ ନମିଳିବା ଓ ଅନ୍ୟ ଦଳ ଭଳି ଟଙ୍କା ଖର୍ଚ୍ଚ କରି ନପାରିବାରୁ ହାରିଲେ ବୋଲି କହିଛନ୍ତି ପ୍ରଣୟ।

୨୦୧୪ ନିର୍ବାଚନ ସହ ଉପନିର୍ବାଚନ ଫଳାଫଳକୁ ତୁଳନା କଲେ, ବିଜେଡି ଏଥର ବେଶ୍ ଆଗରେ ରହିଛି। ୨୦୧୪ରେ ବିଜେଡିର ଭୋଟ୍ ପ୍ରତିଶତ ଥିଲା ୩୧.୮୮। ଏଥର ରହିଛି ୫୬.୬୧ ପ୍ରତିଶତ, ମାନେ ଗତଥର ଅପେକ୍ଷା ଦଳ ୨୪.୭୩ ପ୍ରତିଶତ ଅଧିକ ଭୋଟ୍ ପାଇଛି। ଗତଥର ୧୮.୧ ପ୍ରତିଶତ ଭୋଟ୍ ସହ ତୃତୀୟ ସ୍ଥାନରେ ଥିବା ବିଜେପି ଏଥର ୩୩.୫୩ ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନକୁ ଉଠିଛି। ଦଳର ଭୋଟ୍ ହାର ୧୫. ୪୩ ପ୍ରତିଶତ ବୃଦ୍ଧି ପାଇଛି। ସବୁଠୁ ଅଧିକ ଘାଟା ସହିଛି କଂଗ୍ରେସ। ଗତଥର ୩୨.୧୫ ପ୍ରତିଶତ ଭୋଟ୍ ପାଇଥିବା କଂଗ୍ରେସ୍ ଏଥର ପାଇଛି ମାତ୍ର ୫. ୬୫ ପ୍ରତିଶତ। ଯାହାକି ଗତ ନିର୍ବାଚନ ତୁଳନାରେ ୨୬. ୫ ପ୍ରତିଶତ କମ୍।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like