ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତର ରଖିଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସରକାର। ବିଧାନସଭାରେ ସରକାରଙ୍କ ପକ୍ଷରୁ  ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିବୃତି ରଖି କହିଛନ୍ତି, ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକତା।

ଏଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାରେ ଘଟିଥିବା ୩ଟି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ାର ୨ଟି ଓ ବାଲେଶ୍ୱର, ସୋର ଘଟଣାରେ ବି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଭଳି ଘଟଣାକୁ ରେଡ୍ ଫ୍ଲାଗ୍ ବିବେଚିତ କରାଯାଇ ସ୍ୱତନ୍ତ୍ର ଓକିଲ ନିଯୁକ୍ତ କରାଯିବ।

୨୦୧୭ରେ ଦୁଷ୍କର୍ମ ମାମଲାରେ ଦଣ୍ଡବିଧାନ ହାର ୧୬.୯୦%କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି। ସମ୍ବଲପୁର କୋର୍ଟ ଭିତରେ ହତ୍ୟା ଘଟଣାରେ ବି ବିବୃତି ଦେଲେ ମନ୍ତ୍ରୀ।

You might also like