ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା : ରାଜ୍ୟ ମାନବାଧିକାର କମିଶନ ପାଖରେ ରିପୋର୍ଟ ଦାଖଲ କଲା ପୋଲିସ୍
ଭୁବନେଶ୍ୱର : ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ପାଖରେ ପୋଲିସ ରିପୋର୍ଟ ଦାଖଲ କରିଛି। କୋଲକତା ଫରେନ୍ସିକ ଲାବ୍ରୋଟରିକୁ ଯାଞ୍ଚ ପାଇଁ ପଠାଯାଇଥିବା ରିଷିର ମୋବାଇଲରୁ କୌଣସି ସୁରାଗ ମିଳିନଥିବା ପୋଲିସ ରିପୋର୍ଟରେ ଦର୍ଶାଇଛି।
ତେବେ ରିଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ ସେବନ ଯୋଗୁଁ ହୋଇଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବରୁ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ରିଷି ମୃତ୍ୟୁ ନେଇ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ରାଜ୍ୟ ମାନବାଧିକାର କମିଶନ ପୋଲିସକୁ ରିପୋର୍ଟ ମାଗିଥିଲେ।
ଦେଖନ୍ତୁ ଏହି ଭିଡ଼ିଓ-