ବିଧାନ ପରିଷଦ ସଂକଳ୍ପ ପାରିତ

ସଂକଳ୍ପ ସପକ୍ଷରେ ଭୋଟ୍ ଦେଲେ ୧୦୪ ସଦସ୍ୟ, ବିପକ୍ଷରେ ଶୂନ

ଭୁବନେଶ୍ୱର : ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ପାରିତ ହେଲା ସଂକଳ୍ପ। ସଂକଳ୍ପ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଥିବା ବେଳେ ବିପକ୍ଷରେ ଜଣେ ହେଲେ ବି ସଦସ୍ୟ ଭୋଟ୍ ଦେଇ ନଥିଲେ। ଅାଲୋଚନାରେ ଭାଗ ନେଇଥିବା ୧୪ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ସଂକଳ୍ପ ସପକ୍ଷରେ ଯୁକ୍ତି ରଖିଥିଲେ।

ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ୬ ଜଣ ସଦସ୍ୟ ପ୍ରସ୍ତାବ ବିପକ୍ଷରେ ମତ ରଖିଥିଲେ। ତେବେ ସଂକଳ୍ପ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ବିକାଶଧାରା ଦ୍ରୁତ ଗତିରେ ଚାଲିଥିବା ବେଳେ ଏହାକୁ ଅାହୁରି ଗତିଶୀଳ କରିବାକୁ ଅଧିକ ଚିନ୍ତନ ଜରୁରୀ। ଅାଉ ଏ ପରିପ୍ରେକ୍ଷୀରେ ବିଧାନ ପରିଷଦ ବଡ଼ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୂର୍ବରୁ ବିରୋଧୀ କଂଗ୍ରେସ ଏବଂ ବିଜେପି କକ୍ଷତ୍ୟାଗ କରିବାରୁ ଅାଲୋଚନା ହୋଇପାରିନଥିଲା। ସଂକଳ୍ପକୁ ବିରୋଧ କରି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଶାସକ ଦଳର ଏହା ଥଇଥାନ କେନ୍ଦ୍ର କହିବା ସହ ସଂକଳ୍ପକୁ ନିନ୍ଦା କରିଥିଲା ବିଧାନ ପରିଷଦ। ରାଜ୍ୟସଭା ଭଳି ଏକ ସ୍ଥାୟୀ ଗୃହ ଭାବେ କାର୍ଯ୍ୟ କରିବ ଓ ଏହାର ସଭ୍ୟ ସଂଖ୍ୟା ରହିବ ୪୯। ଏମାନଙ୍କ ମଧ୍ୟରୁ ୧୬ ଜଣ ବିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବାକୁ ଥିବାବେଳେ ୯ ଜଣ କଳା, ସାହିତ୍ୟ, ସମାଜସେବା କ୍ଷେତ୍ରରୁ ମନୋନୀତ ହେବେ।  ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିବେ।

You might also like