ମହାନଦୀକୁ ନେଇ ହେବ ଗବେଷଣା

ଭୁବନେଶ୍ୱର: ମହାନଦୀକୁ ନେଇ ହେବ ଗବେଷଣା। ମହାନଦୀକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ବାଦ ବିବାଦ ପରେ ଏବେ ଏଭଳି ପଦକ୍ଷେପ ନେଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ।

ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ହେବାକୁ ଥିବା ଏହି ଗବେଷଣା ବର୍ଷେ ଧରି ଚାଲିବ। ଯେଉଁଥିରେ ସାମିଲ ହେବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୦ଜଣ ପ୍ରଫେସରଙ୍କ ସହ ୪ ଜଣ ଆଡ଼୍‌ଭାଇଜର।

ଡାଟା ବେସ୍‌ ଉପରେ ହେବାକୁ ଥିବା ଏହି ଗବେଷଣାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୧୮ଜଣ ପ୍ରଫେସର ନିୟୋଜିତ ହେବେ।  ସେମାନଙ୍କୁ ଗାଇଡ଼୍‌ କରିବେ ୪ଜଣ ବାହାର ବିଶ୍ୱବିଦ୍ୟାଳୟର ଆଡ଼୍‌ଭାଇଜର।

ଛତିଶଗଡ କଲ୍‌ମା ବ୍ୟାରେଜରୁ ଆରମ୍ଭ ହେବାକୁ ଥିବା ଏହି ଗବେଷଣାରେ ମହାନଦୀ ଉପର ମୁଣ୍ଡ ଏବଂ ତଳ ମୁଣ୍ଡରେ ବସବାସ କରୁଥିବା ଜନବସତି ଉପରେ ଏହାର କି ପ୍ରଭାବ ପଡୁଛି ସେନେଇ ଡାଟା ସଂଗ୍ରହ କରାଯିବ।

ଏହାସହ ପରିବେଶ ପ୍ରଦୂଷଣ ଏବଂ ମହାନଦୀ ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡୁଛି ସେନେଇ ଟିମ୍ ଅନୁଧ୍ୟାନ କରିବ। ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ଡାଟା ସଂଗ୍ରହ କରାଯିବ।

ଆସନ୍ତା ଜୁନ୍‌ ୯ ତାରିଖରୁ ପ୍ରାୟ ଏକ ବର୍ଷ ଧରି ଏହି ଗବେଷଣା ଚାଲିବ।  ୨୦୧୯ ଜୁନ୍ ସୁଦ୍ଧା ମହାନଦୀକୁ ନେଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ବିଶ୍ୱବିଦ୍ୟାଳୟ ତରଫରୁ ଏହାକୁ ପ୍ରକାଶନ କରାଯିବ।  ଏଥିପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମସ୍ତ ଖର୍ଚ୍ଚ ବହନ କରିବ।

ଆହୁରି ପଢ଼ନ୍ତୁ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

You might also like