ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ। ୮୬ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।  ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାରାୟଣ ପ୍ରସାଦ ସିଂହ ବହୁ କାଳଜୟୀ ଗୀତ ରଚନା କରିଛନ୍ତି। ଯାହା ମଧ୍ୟରେ ରହିଛି, ‘ଗୁଡ଼ି ଗୁଡ଼ି ଗୁଡ଼ି ଏ ମୋର ଗୁଡ଼ି’, ‘ରଥ ଯା ଗଡ଼ି ଯା…’,  ‘ସଂଜ ସକାଳେ ତୁମ ଛବି ଦେଖେ ‘ଭଳି ଲୋକପ୍ରୀୟ ଗୀତ।

କେବଳ ଓଡ଼ିଆ ସିନେମା ନୁହେଁ, ରେଡିଓ ପାଇଁ ମଧ୍ୟ ସେ ବହୁ ଗୀତ ଲେଖିଛନ୍ତି। ଜୀବନକାଳ ମଧ୍ୟରେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି ରସରାଜ ନାରାୟଣ ପ୍ରସାଦ ସିଂ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

You might also like