ଶ୍ରୀମନ୍ଦିର ଜଗମୋହନ ମରାମତି ଦ୍ୱନ୍ଦ୍ୱ : ପ୍ରଶାସକ କହୁଛନ୍ତି ସରିଛି, ସେବାୟତଙ୍କ ଅଭିଯୋଗ ବାକି ଅଛି ଅନେକ କାମ

ପୁରୀ : ସରିଲାଣି କି ଶ୍ରୀମନ୍ଦିର ଜଗମୋହନ ମରାମତି ? କାମ ପ୍ରାୟ ଶେଷ ହୋଇଥିବା ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ସେବାୟତ। ଅଭିଯୋଗ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଭଣ୍ଡାର ଘର, ଚାଙ୍ଗେଡ଼ା ଘର ଓ ଖଟ୍ଟ ଶେଜ ଘର ମରମତି କାମ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ଏଭଳି ସ୍ଥିତିରେ ମୁଖ୍ୟ ପ୍ରଶାସକ କେମିତି ଖୁବଶୀଘ୍ର ନାଟମଣ୍ଡପ ମରାମତି କାମ ଆରମ୍ଭ ହେବା ସହ ଭିତର କାଠ ଦର୍ଶନ ବ୍ୟବସ୍ଥା ଚାଲୁ ହେବ ବୋଲି କହୁଛନ୍ତି ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ତାସହ ଜଗମୋହନ କାମ ଶେଷ ହୋଇଥବା ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସ୍ଆଇ ହାଇକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛି ତାହା ମଧ୍ୟ ଠିକ୍ ନୁହେଁ ବୋଲି ମଧ୍ୟ ଦର୍ଶାଇଛନ୍ତି। ସେପଟେ ଗତକାଲି ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କୁ ଦର୍ଶନ କରି ଜଗମୋହନ ମରାମତି କାମ  ଅନୁଧ୍ୟାନ କରିଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି।

କାହା କଥା ଠିକ୍। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନା ସେବାୟ। ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବାବେଳେ, ଭକ୍ତ କିନ୍ତୁ ଅସନ୍ତୁଷ୍ଟ ଜଗମୋହନ ମରାମତି ଯୋଗୁଁ ଗଲା ୨ବର୍ଷ ହେଲା ଠାକୁରଙ୍କୁ ବାହାର କାଠ ପାଖରୁ ଦର୍ଶନ କରି ମନ ତୁଷ୍ଟ କରିପାରୁନାହାଁନ୍ତି। ଭକ୍ତ ତେଣୁ  ଶୀଘ୍ର କାମ ସାରିବାକୁ କହିଲେଣି।

ଆଗକୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର, ନାଟମଣ୍ଡପ ଓ ନୀଳଚକ୍ର ଏମିତି କେତେ କଣ ମରାମତି ହେବ ହେଲେ ସେ ସବୁ  ପୂର୍ବରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଜଗମୋହନ ମରାମତି ଶୀଘ୍ର  ସରିବା ଜରୁରୀ।

ଆହୁରି ପଢ଼ନ୍ତୁ

ପରି ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

You might also like